ଫେସବୁକରେ ଚାଲିଲା ଲାଇଭ୍ ସୁଇସାଇଡ୍ ! ମୁଣ୍ଡରେ ବନ୍ଧୁକ ରଖି ନିଜକୁ ଗୁଳି ମାରିଲେ ଯୁବକ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

46

ଆପଣ ଫେସବୁକ୍ ଦେଖୁଥିବେ ନିଶ୍ଚୟ । ଫେସବୁକ୍ ସାଇଟରେ ଥିବା ଲାଇଭ୍ ଭିଡିଓ ଜରିଆରେ ଲୋକ ସେମାନଙ୍କ ହସୋଲ୍ଲାସର ସମୟକୁ ଅନ୍ୟ ମାନଙ୍କ ସହ ବାଣ୍ଟିବା ପାଇଁ ଲାଇଭ୍ ଭିଡିଓ କରିଥାନ୍ତି । ଏମିତି ଏକ ଲାଇଭ୍ ଭିଡିଓକୁ ପଞ୍ଜାବର ଫଗୱାଡା ଅଞ୍ଚଳର ଜଣେ ଯୁବକ ମଧ୍ୟ କରିଥିଲେ । ସବୁକିଛି ଠିକ୍ ଚାଲିଥିଲା କିନ୍ତୁ କିଛି ସମୟ ପରେ ଯାହା ହେଲା ତାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା । ଘଟଣାଟି ଘଟିଛି ପଞ୍ଜାବର ଚଚୋକୀ ଗ୍ରାମରେ । ବିଦେଶ ଯିବାକୁ ଆଗ୍ରହୀ ଥିବା ଯୁବକ ଏବଂ ବିବାହ ହେଉ ନଥିବାରୁ ଏଥିପାଇଁ ଦୁଃଖିତ ଥିବା ଯୁବକ ଫେସବୁକ୍ ଲାଇଭରେ ଦୁନିଆକୁ ଜଣାଇ ସୁଇସାଇଡ୍ କରିଥିଲେ । ଉକ୍ତ ଯୁବକଙ୍କ ସମ୍ପର୍କୀୟ ଫେସବୁକ୍ ଲାଇଭ୍ ଦେଖି ଗାଁ ଲୋକଙ୍କୁ ତୁରନ୍ତ ଖବର ଦେଇଥିଲେ । କିନ୍ତୁ ସେତେବେଳକୁ ଯୁବକ ନିଜକୁ ଗୁଳି କରି ସାରିଥିଲେ । ମୃତ ଯୁବକଙ୍କ ନାଁ ସନ୍ଦୀପ ସିଂହ (ସ୍ୟାଣ୍ଡି) । ଭିଡିଓ ଚାଲିଥିବା ସମୟରେ ସେ ନିଜ କୁକୁରକୁ କ୍ଷୀର ମଧ୍ୟ ପିଆଇଥିଲେ । ଏହାପରେ ସେ ନିଜେ ଆତ୍ମହତ୍ୟା କରିଥିଲେ । ସ୍ୟାଣ୍ଡିଙ୍କ ପରିଜନ କାନାଡାରେ ରହୁଥିବା ବେଳେ ସେ ଭାରତରେ ରହୁଥିଲେ ।
ଗାଁ ଲୋକଙ୍କ କହିବାନୁସାରେ ସେ ବହୁ ସମୟ ଅବସାଦରେ ରହୁଥିଲେ ଏବଂ ସବୁବେଳେ ବିଦେଶ ଯିବା କଥା ମଧ୍ୟ କହୁଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ତାଙ୍କ ଇଚ୍ଛା ପରିପୂର୍ଣ୍ଣ ନ ହେବାରୁ ସେ ଏଭଳି କରିଥାଇ ପାରନ୍ତି ବୋଲି ସମସ୍ତେ କୁହନ୍ତି । ତେବେ ପୋଲିସ୍ ଏ ନେଇ ତନାଘନା ଆରମ୍ଭ କରିଛି ।