୮ ମହଲା ବିଲ୍ଡିଂର ଝରକାରେ ଝୁଲୁଥିଲା ଜଣେ କୁନି ବାଳକ । ବଞ୍ଚାଇଦେଲେ ଯୁବକ, ଦେଖନ୍ତୁ ଭିଡିଓ…

175

କନକ ବ୍ୟୁରୋ : ସୋସିଆଲ ମିଡିଆରେ ଜୋରଦାର ଭାଇରେଲ ହୋଇଛି ଏକ ଭିଡିଓ । ଯେଉଁଥିରେ ଦେଖିବାକୁ ମିଳିଛି କି, ଜଣେ ବ୍ୟକ୍ତି ୮ମହଲା ବିଶିଷ୍ଟ କୋଠା ଉପରକୁ ଚଢୁଛନ୍ତି । ତଳେ ଛିଡାହୋଇଥିବା ଲୋକେ ଭିଡିଓ କରିବା ସହ ଆଶ୍ଚର୍ଯ୍ୟ ହୋଇ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି । କାହିଁକି ନା, ୮ମହଲାର ଝରକାରରେ ଝୁଲି ରହିଛି ଜଣେ କୁନି ବାଳକର ଜୀବନ । ଆଉ ସେହି କୁନି ବାଳକକୁ ବଞ୍ଚାଇବା ପାଇଁ ୮ମହଲା ବିଶିଷ୍ଟ କୋଠା ଉପରକୁ ଚଢୁଛନ୍ତି ଜଣେ ବ୍ୟକ୍ତି ।

କ୍ୟାମେରାରେ ଏହି ମୁହୁର୍ତ୍ତର ଭିଡିଓକୁ କଏଦ କରିଥିବା ବ୍ୟକ୍ତିଙ୍କ କହିବା ଅନୁସାରେ, ସେ ତାଙ୍କ ସାଙ୍ଗଙ୍କ ସହିତ ଯାଉଥିଲେ ଆଉ ଅଚାନକ ନଜର ପଡିଲା ୮ ମହଲାର ଝରକାରେ ଓହଳିଥିବା ଜଣେ କୁନି ପାଲା ଉପରେ । ଦେଖୁ ଦେଖୁ ସେଠାରେ ଭିଡ ଜମିଗଲା । ପିଲାକୁ କିପରି ରକ୍ଷା କରାଯିବ ସେକଥା ସମସ୍ତେ ଭାବୁଥିବା ବେଳେ ଅଚାନକ ଜଣେ ଯୁବକ ୭ମ ମହଲାର ଝରକାରୁ ବାହାରି କୁନି ପିଲାଟିକୁ ବଞ୍ଚାଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କୁନି ପିଲାକୁ ବଞ୍ଚାଇଥିବା ବ୍ୟକ୍ତିଙ୍କୁ ସମସ୍ତେ ଭୁରି ଭୁରି ପ୍ରଶଂସା କରିଛନ୍ତି ।