ହୋଡିଂ ଟାୱାର ଉପରେ ଚଢିଗଲେ ଜଣେ ବ୍ୟକ୍ତି : ଆତ୍ମହତ୍ୟା କରିବାକୁ ଦେଲେ ଧମକ; ୨ ଘଣ୍ଟା ପରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ

93

କନକ ବ୍ୟୁରୋ : ଭୁବନେଶ୍ୱର ଶିଶୁଭବନ ଛକରେ ଥିବା ଏକ ହୋଡିଂ ଟାୱାରରେ ଚଢିଗଲେ ଜଣେ ବ୍ୟକ୍ତି । ୪୦ ଫୁଟ ଟାୱାର ଉପରେ ଚଢି ଆତ୍ମହତ୍ୟା ଧମକ ଦେଇଥିଲେ । ଏହା ଦେଖି କିଛି ସ୍ଥାନୀ ଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପହଂଚିଥିଲା ପୋଲିସ ଓ ଅଗ୍ନିଶମ ବାହିନୀ । ଦୁଇ ଘଣ୍ଟା ପରେ ସଂପୃକ୍ତ ବ୍ୟକ୍ତିଙ୍କୁ କାବୁ କରିଥିଲେ ଅଗ୍ନିଶମ ବାହିନୀ । ଏହା ପରେ ତାଙ୍କୁ ଟାୱାରରୁ ତଳକୁ ଅଣାଯାଇଥିଲା । ତଳକୁ ଆସିବା ପରେ ଡ୍ରାଇଭର ସଂଘ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ।

ଡ୍ରାଇଭର ସଂଘ ତାଙ୍କୁ ମାନସିକ ନିର୍ଯାତନା ଦେବା ସହ ତାଙ୍କ ପରିବାର ଲୋକଙ୍କୁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି । ଡ୍ରାଇଭର ମହାସଂଘ ଆନ୍ଦୋଳନ ବେଳେ ପୋଲିସକୁ କାହିଁକି ଆକ୍ରମଣ କରାଗଲା ଏବଂ ବିଭିନ୍ନ ସ୍ଥାନରେ ଡ୍ରାଇଭର ମାନଙ୍କୁ କାହିଁକି ମାନସିକ ନିର୍ଯାତନା ଦିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଡ୍ରାଇଭର ମହାସଂଘର ଧମକ ପରେ ସେ ମାନସିକ ଚାପରେ ଥିବା କହିଛନ୍ତି । ଏହି ବ୍ୟକ୍ତିଙ୍କ ନାଁ ଟୁଲୁ ପାତ୍ର ଓ ତାଙ୍କ ଘର ବାଲେଶ୍ୱର ଜିଲ୍ଲା ସୋରରେ ବୋଲି ଜଣାପଡ଼ିଛି ।