୧୨ ବର୍ଷ ହେବ ଦିନକୁ ଅଧଘଣ୍ଟା ଶୋଉଛନ୍ତି ଏହି ଯୁବକ: କହିଲେ ଏହା ପଛର କାରଣ

311

କନକ ବ୍ୟୁରୋ: ଜାପାନର ଜଣେ ଯୁବକ ୧୨ ବର୍ଷ ହେବ ଦିନକୁ ମାତ୍ର ୩୦ ମିନିଟ ଶୋଉଛନ୍ତି । ଏହାପରେ ବି ତାଙ୍କୁ କୌଣସି କ୍ଲାନ୍ତ ଅନୁଭବ ହୋଇନଥାଏ ବୋଲି ସେ ଦାବି କରିଛନ୍ତି । ଡେଲିଷ୍ଟାର ରିପୋର୍ଟ ଅନୁସାରେ ଜାପାନର ଡାଇସୁକେ ହୋରି ନାମକ ଜଣେ ଯୁବକ ଦିନକୁ ୮ଘଣ୍ଟା ନିଦ୍ରାର ସିଡ୍ୟୁଲକୁ ପରିବର୍ତ୍ତନ କରି ଏହା ନିଜ ପାଇଁ ମାତ୍ର ୩୦ ମିନିଟ ରଖିଛନ୍ତି ।

୩୬ ବର୍ଷିୟ ହୋରି ଜାପାନ ସର୍ଟ ସ୍ଲିପର ଆସୋସିଏସନର ଅଧ୍ୟକ୍ଷ ରହିଛନ୍ତି । ଏହାଦ୍ୱାରା ସେ ଅନ୍ୟ ଲୋକମାନଙ୍କୁ ମଧ୍ୟ ନିଦ କମ କରିବାର ଟେକନିକ କହୁଛନ୍ତି । ତାଙ୍କ ମତରେ ନିଦ କମ କରି ଆମେ କଠିନ ପରିଶ୍ରମ କଲେ ଗୋଟିଏ ଉନ୍ନତ ଜୀବନ ଶୈଳୀ ପାଇପାରିବା ।

ହୋରି କହିଛନ୍ତି କି, ୧୬ ଘଣ୍ଟାରେ ସବୁ କିଛି କରିବା ସମ୍ଭବ ନଥିଲା ବୋଲି ମୁଁ ଅନୁଭବ କରିଥିଲି । ଆଉ ସେଥିପାଇଁ ମୋ ନିଦର ସମୟକୁ କମ କରିବାକୁ ବିଭିନ୍ନ ଉପାୟ ପ୍ରୟୋଗ କରିଥିଲି । ଆଉ କିଛି ବର୍ଷ ମଧ୍ୟରେ ନିଜ ନିଦକୁ ଅଧଘଣ୍ଟାରେ ସୀମିତ ରଖିବାକୁ ସଫଳ ହୋଇଥିଲି ।