କନକ ବ୍ୟୁରୋ : କୋଟିପତି ହବାର ନିଶା ମଣିଷକୁ କେତେ ତଳକୁ ଖସାଇଦେଇ ପାରେ ତାର ଏକ ଉଦାହରଣ ସାମ୍ନାକୁ ଆସିଛି । ୨୩କୋଟି ଟଙ୍କାର ମାଲିକ ହେବା ପାଇଁ ଟ୍ରେନ ଆଗରେ ଶୋଇପଡିଲେ ଯୁବକ । ଇନ୍ସୁରାନ୍ସ ଟଙ୍କା ପାଇବା ପାଇଁ ଷଡଯନ୍ତ୍ର ରଚି ଦୁଇ ଗୋଡ ହରାଇବସିଲେ କିନ୍ତୁ ଟଙ୍କା ପାଇବା ପୂର୍ବରୁ ସତ ଧରାପଡିଯାଇଛି ।
ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ହଙ୍ଗେରିର ସେଣ୍ଡର ନାମକ ଜଣେ ଯୁବକ ୨୩ କୋଟି ୯୭ ଲକ୍ଷ ଟଙ୍କାର ଜୀବନ ବୀମା ପଲିସି କରିଥିଲେ । ପଲିସି ସ୍କିମ୍ ହିସାବରେ ଯଦି ବୀମା କରିଥିବା ବ୍ୟକ୍ତି ଦୁର୍ଘଟଣାର ଶିକାର ହୁଅନ୍ତି କିମ୍ବା ତାଙ୍କର କୌଣସି କାରଣରୁ ମୃତ୍ୟୁ ହୋଇଯାଏ ତେବେ ବୀମା କମ୍ପାନୀ ଉକ୍ତ ବ୍ୟକ୍ତିଙ୍କ ପରିବାରକୁ କିମ୍ବା ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ସ୍କିମ୍ ଅନୁଯାୟୀ ଟଙ୍କା ମିଳିବ । ଏହାକୁ ଦୃଷ୍ଟିରେ ରଖି ସେଣ୍ଡର ନାମକ ଯୁବକ ୧୪ଟି ଜୀବନ ବୀମା ପଲିସି କରିଥିଲେ । ଆଉ ସେଥିରୁ ଟଙ୍କା ପାଇବା ପାଇଁ ଟ୍ରେନ୍ ଆଗରେ ସୋଇପଡିଥିଲେ । ଯେଉଁଥିରେ ତାଙ୍କର ଦୁଇ ଗୋଡ କଟିଯାଇଛି । କିନ୍ତୁ ସେଣ୍ଡର ଏହି ଚାଲ ବୀମା କମ୍ପାନୀକୁ ଜଣା ପଡିବା ପରେ ଟଙ୍କାକୁ ଅଟାକାଇ ଦେଇଛି ବୀମା କମ୍ପାନୀ ।
ସେଣ୍ଡର ଯେବେ ଗୋଡ ହରାଇଲେ, ତାର କିଛି ସମୟ ପୂର୍ବରୁ ପ୍ରାୟ ୧୪ଟି ଜୀବନ ବୀମା ପଲିସି କରିଥିଲେ । ଏହି ଖବର ଯେତେବେଳେ ବୀମା କମ୍ପାନୀମାନଙ୍କୁ ଜଣା ପଡିଲା, ସେତେବେଲେ ସେଣ୍ଡରଙ୍କୁ ନେଇ ସନ୍ଦେହ ବଢିଥିଲା । ଆଉ କମ୍ପାନୀ କ୍ଲେମ୍ ଦେବାକୁ ଡେରି କରିଥିଲେ । ବୀମା ଟଙ୍କା ନମିଳିବାରୁ ସେଣ୍ଡର କୋର୍ଟରେ ଏକ ମକଦମା ଳଢିଥିଲେ । ଉଭୟ ପକ୍ଷ ନିଜ ନିଜର କଥା ରଖିଥିଲେ । ସେଣ୍ଡର କହିଥିଲେ, ଟ୍ରେନଲାଇନରେ ପଡିଥିବା କାଚରେ ଗୋଡ ଖସି ଟ୍ରେନ ଆଗରେ ପଡିଯାଇଥିଲେ । ଆଉ ୨ ଗୋଡ ହରାଇବସିଲେ । କିନ୍ତୁ ଏହାକୁ ନେଇ ତଦନ୍ତ କରିବା ପରେ ଜଣାପଡିଥିଲା ସେଣ୍ଡର ଜାଣିଶୁଣି ଟ୍ରେନ୍ ଆଗରେ ଶୋଇପଡିଥିଲେ ।
୨୩ କୋଟି ପାଇଁ ଟ୍ରେନ୍ ଆଗରେ ଶୋଇପଡିଲେ ଯୁବକ । ହରାଇଲେ ୨ଗୋଡ, କିନ୍ତୁ...
Advertisment
Follow Us