ଟ୍ରଲିରେ ବୁହା ହେଲା ଶବ । ମହାପ୍ରୟାଣ ଗାଡ଼ି ନମିଳିବାରୁ ପତ୍ନୀର ଶବକୁ ଟ୍ରଲିରେ ବୋହିଲେ ସ୍ୱାମୀ ।

115

କନକ ବ୍ୟୁରୋ : ଟ୍ରଲିରେ ବୁହା ହେଲା ଶବ । ମହାପ୍ରୟାଣ ଗାଡ଼ି ନମିଳିବାରୁ ବାଧ୍ୟହୋଇ ନିଜ ପତ୍ନୀର ଶବକୁ ଟ୍ରଲିରେ ବୋହିଲେ ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଶାଳିକୋଠା ଗାଁରେ ।

ସୂଚନା ଅନୁସାରେ ଶାଳିକୋଠା ଗାଁର ପୂର୍ଣ୍ଣ ସିଂଙ୍କ ସ୍ତ୍ରୀ ଗତ ଦୁଇ ଦିନ ହେଲା ନିଖୋଜ ଥିଲେ । ତେବେ ପଶ୍ଚିମବାର୍ଡ଼ ରାସ୍ତା ପାଶ୍ୱର୍ରେ ଥିବା ଏକ ନାଳ ପାଖରେ ତାଙ୍କ ମୃତ ଦେହ ଭାସୁଥିବାର ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ପୋଲିସ ପହଂଚି ତାଙ୍କୁ ଉଦ୍ଧାର କରିଥିଲେ । ତେବେ ଶବ ବ୍ୟବଚ୍ଛେଦ ପାଇଁ ମେଡ଼ିକାଲକୁ ନେବାକୁ ଆମ୍ବୁଲାନ୍ସ କିମ୍ବା ମହାପ୍ରୟାଣ ଗାଡ଼ି ନମିଳିବାରୁ ସ୍ତ୍ରୀର ଶବକୁ ଟ୍ରଲିରେ ମେଡ଼ିକାଲ ନେଇଥିଲେ ପୂର୍ଣ୍ଣ ସିଂ ।