କଳିଯୁଗରେ ଶ୍ରବଣ କୁମାର ସାଜିଲେ ଆଦିବାସୀ ଯୁବକ, ବାପାଙ୍କୁ କରୋନା ଟିକା ଦେବାକୁ କରିଲେ ଏଭଳି କାମ

362

କନକ ବ୍ୟୁରୋ : ବ୍ରାଜିଲର ଅମାଜନ ଠାରେ ଜଣେ ଯୁବକ ନିଜ ପିତାଙ୍କୁ କରୋନା ଟିକା ଦେବାକୁ ନିଜ ପିଠିରେ ବସାଇ ଟିକାକରଣ କେନ୍ଦ୍ରକୁ ନେଇଯାଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦେଖିବାକୁ ମିଳିଛି କି ୨୪ ବର୍ଷିୟ ଯୁବକ ତାବି ନିଜର ୬୭ ବର୍ଷିୟ ପିତାଙ୍କୁ ପିଠିରେ ବସାଇ ଟିକାକରଣ କେନ୍ଦ୍ରକୁ ନେଇ ଯାଉଛନ୍ତି । ତାବିଙ୍କୁ ଏଭଳି ଭାବେ ପୂରା ୬ ଘଂଟା ନିଜ ପିତାଙ୍କୁ ପିଠିରେ ବସାଇ ଚାଲିବା ପରେ ଟିକାକରଣ କେନ୍ଦ୍ରରେ ପହଂଚିଛନ୍ତି ।

ଏଭଳି ଫଟୋ ଉର୍ତ୍ତୋଳନ କରିଥିବା ଡାକ୍ତର ଏରିକ ଜେନିଙ୍ଗ୍ସ ସିମୋସ କହିଛନ୍ତି କି, ତାବିଙ୍କ ପିତାଙ୍କୁ ପ୍ରାୟତ କିଛି ଦେଖାଯାଉ ନାହିଁ । ଏହାସହ ସେ ବହୁମୁତ୍ର ସମସ୍ୟା କାରଣରୁ ଚଲାବୁଲା ବି କରିପାରୁ ନାହାଁନ୍ତି । ଏନେଇ ଡାକ୍ତର ସିମୋସ ବିିବିସି ନ୍ୟୁଜ ବ୍ରାଜିଲକୁ କହିଛନ୍ତି କି “ଏହା ସେମାନଙ୍କ ଭିତରେ ଥିବା ଗଭୀର ସଂପର୍କର ଏକ ନିଦର୍ଶନ” । ଏହି ଫଟୋ ଜାନୁଆରୀ ୨୦୨୧ ମସିହାରରେ ଉର୍ତ୍ତୋଳନ କରାଯାଇଥିଲା ଯେତେବେଳେ କି ବ୍ରାଜିଲରେ କରୋନା ନିରୋଧୀ ଟିକାକରଣ ଆରମ୍ଭ କରାଯାଇଥିଲା ।

ଏଭଳି ଫଟୋ ଏବେ ଦେଖିବା ପ୍ରାୟ ଅସମ୍ଭବ । ଯେତେବେଳେ ବିଶ୍ୱର ଯୁବକମାନେ ସେମାନଙ୍କ ପିତାମାତାଙ୍କ ପାଇଁ ସାଧାରଣ କର୍ତ୍ତବ୍ୟ କରିବାକୁ କୁଣ୍ଠାବୋଧ କରୁଛନ୍ତି ଓ ଏହି କାରଣରୁ ଦେଶ ବିଦେଶରେ ଜରା ନିବାସ ସଂଖ୍ୟା ବଢିବାରେ ଲାଗିଛି । ସେଭଳି ସ୍ଥଳେ ଜଣେ ୨୪ ବର୍ଷିୟ ଆଦିବାସୀ ଯୁବକଙ୍କ ନିଜ ପିତାଙ୍କ ପ୍ରତି ଥିବା କର୍ତ୍ତବ୍ୟକୁ ଏତେ ନିଷ୍ଠାର ସହ ପାଳନ କରିବାର ଚିତ୍ର ସତରେ ବିଶ୍ୱାସଯୋଗ୍ୟ ନୁହେଁ । ଏହାକୁ ଆମେ ଯଦି ଆମେ ଭାଷାରେ କହିବା ତେବେ ତାବି ବ୍ରାଜିଲର ଜଣେ ଶ୍ରବଣକୁମାରଙ୍କ ଠାରୁ ବି କମ୍ ନୁହଁନ୍ତି ।