ଦୁଷ୍କର୍ମ କରି ମହିଳାଙ୍କ ଦେହରେ ନିଆଁ ଲଗାଇଦେଲା ଦୁର୍ବୃତ୍ତ : ହେଲେ ହାରିଲେ ନାହିଁ ପୀଡିତା, ସେହି ନିଆଁରେ ଜାଳିମାରିଦେଲେ ଦୁଷ୍କର୍ମକାରୀକୁ

Advertisment
ଦୁଷ୍କର୍ମ କରି ମହିଳାଙ୍କ ଦେହରେ ନିଆଁ ଲଗାଇଦେଲା ଦୁର୍ବୃତ୍ତ : ହେଲେ ହାରିଲେ ନାହିଁ ପୀଡିତା, ସେହି ନିଆଁରେ ଜାଳିମାରିଦେଲେ ଦୁଷ୍କର୍ମକାରୀକୁ

ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଜଣେ ବ୍ୟକ୍ତି ଜଣେ ମହିଳାଙ୍କ ସହ ଦୁଷ୍କର୍ମ କରି ନିଆଁ ଲଗାଇ ଦେବାରୁ ସେ ଜଳନ୍ତା ମହିଳା ତାଙ୍କୁ ଜାବୁଡ଼ି ଧରିଥିଲେ। ଫଳରେ ସେ ୩୫ ବର୍ଷିୟ ବ୍ୟକ୍ତି ସାଙ୍ଘାତିକ ଆହତ ହୋଇ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିବା କଥା ମଙ୍ଗଳବାର ଦିନ ପୁଲିସ କହିଛି।ମୁହଁ ଓ ହାତରେ ପୋଡ଼ା ଘା’ ଥାଇ ସେ ବିଧବା ମହିଳାଜଣକ ଏବେ ମାଲଦା ମେଡିକାଲ୍ କଲେଜ ଏବଂ ହସ୍ପିଟାଲ୍ରେ ଚିକିତ୍ସାଧୀନା ଅଛନ୍ତି।

publive-image image courtesy - www.indiatoday.in

ସେ ଅଭିଯୋଗ କରିଛନ୍ତି କି, ଅଭିଯୁକ୍ତ ତାଙ୍କୁ ବରାବର ହଇରାଣ ହରକତ କରେ। ସୋମବାର ସନ୍ଧ୍ୟାରେ କେହି ନ ଥିବା ବେଳେ ସେ ତାଙ୍କ ଘରେ ପଶିଥିଲେ। ତାଙ୍କ ସହ ଦୁଷ୍କର୍ମ କରିବା ପରେ ନିଆଁ ଲଗାଇ ଦେଇଥିଲେ କିନ୍ତୁ, ଜଳନ୍ତା ଅବସ୍ଥାରେ ମହିଳାଜଣକ ସେ ବ୍ୟକ୍ତିଙ୍କୁ ଜାବୁଡ଼ି ଧରି ପକାଇଥିଲେ। ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ଘର ଭିତରକୁ ଧାଇଁ ଯାଇ ଦେଖିଲେ ଘରଭିତରେ ଦୁହେଁ ନିଆଁରେ ପୋଡ଼ି ହେଉଛନ୍ତି।

publive-image

ଉଭୟଙ୍କୁ ସେମାନେ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ। ସେଠାରୁ ସେମାନଙ୍କୁ ମାଲଦା ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା। ମଙ୍ଗଳବାର ସକାଳେ ସେ ବ୍ୟକ୍ତିଜଣଙ୍କର ମୃତ୍ୟୁ ଘଟିଥିବା ପୁଲିସ କହିଛି। ମାଣିକଛକ ଥାନା ଅନ୍ତର୍ଗତ ସୁଭାଷ କଲୋନିରେ ମହିଳାଜଣକ ରହନ୍ତି। ତାଙ୍କର ତିନିଟି ଝିଅ ଅଛନ୍ତି ଏବଂ ବଡ଼ ଝିଅଟି ବାହାହୋଇ ଅନ୍ୟତ୍ର ରହୁଛି। ୩୫ କିଲୋମିଟର ଦୂର ଚଞ୍ଚଳର ସେ ଅଭିଯୁକ୍ତ ବ୍ୟକ୍ତିଜଣକ କାହିଁକି ସୁଭାଷ କଲୋନିକୁ ଆସୁଥିଲେ ପୁଲିସ ତା’ର ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଲୋକେ କହୁଛନ୍ତି ସେ ବରାବର ସେଠାକୁ ଆସେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe