ଯୁବତୀଙ୍କୁ ଜିଅନ୍ତା ଜାଳିଦେଲା ପ୍ରେମିକ : ଚିକିତ୍ସାଧିନ ଅବସ୍ଥାରେ ଏମକେସିଜି ହସ୍ପିଟାଲରେ ଯୁବତୀଙ୍କର ମୃତ୍ୟୁ, ଯୁବକ ଅଟକ

Advertisment
ଯୁବତୀଙ୍କୁ ଜିଅନ୍ତା ଜାଳିଦେଲା ପ୍ରେମିକ : ଚିକିତ୍ସାଧିନ ଅବସ୍ଥାରେ ଏମକେସିଜି ହସ୍ପିଟାଲରେ ଯୁବତୀଙ୍କର ମୃତ୍ୟୁ, ଯୁବକ ଅଟକ

କନକ ବ୍ୟୁରୋ : ଯୁବତୀଙ୍କୁ ପୋଡି ମାରିଦେବା ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ କୃଷ୍ଣଚନ୍ଦ୍ର ସାହୁକୁ ଗିରଫ କରିଛି ପୁରୁଷୋତମପୁର ପୋଲିସ । ଏନେଇ ଥାନାରେ ମାମଲା ରୁଜୁ ହେବା ସହ ଘଟଣାସ୍ଥଳରୁ ଅନେକ ଜିନିଷ ଜବତ କରିଛି ପୋଲିସ । ୨୦୧୫ ମସିହାରୁ ପୁଅ ଝିଅ ପାଠ ପଢିବା ସମୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ଏହା ପରେ ଝିଅ ପାଥୋଲୋଜି ଟେକ୍ନିସିଆନ ଭାବେ କାମ କରୁଥିଲେ । କିଛି ଦିନ ପୂର୍ବରୁ ପୁଅର ବାହାଘର ଠିକ୍ ହୋଇଯାଇଥିବାରୁ କାଳେ ଆଗାମୀ ସମୟରେ କିଛି ସମସ୍ୟା ସୃଷ୍ଟି କରିବ ସେଥିପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା ପୁଅ । ଅନେକ ସମୟରେ ଝିଅକୁ ଧମକ ଦେଉଥିଲା ପୁଅ । ଏହା ପରେ ଗତକାଲି ଯୋଜନା ବଦ୍ଧ ଭାବେ ଏକ ପରିତ୍ୟକ୍ତ ଘରକୁ ଡ଼ାକି ନେଇ ପୋଡ଼ି ମାରିଦେଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe