କନକ ବ୍ୟୁରୋ : ଯୁବତୀଙ୍କୁ ପୋଡି ମାରିଦେବା ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ କୃଷ୍ଣଚନ୍ଦ୍ର ସାହୁକୁ ଗିରଫ କରିଛି ପୁରୁଷୋତମପୁର ପୋଲିସ । ଏନେଇ ଥାନାରେ ମାମଲା ରୁଜୁ ହେବା ସହ ଘଟଣାସ୍ଥଳରୁ ଅନେକ ଜିନିଷ ଜବତ କରିଛି ପୋଲିସ । ୨୦୧୫ ମସିହାରୁ ପୁଅ ଝିଅ ପାଠ ପଢିବା ସମୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।
ଏହା ପରେ ଝିଅ ପାଥୋଲୋଜି ଟେକ୍ନିସିଆନ ଭାବେ କାମ କରୁଥିଲେ । କିଛି ଦିନ ପୂର୍ବରୁ ପୁଅର ବାହାଘର ଠିକ୍ ହୋଇଯାଇଥିବାରୁ କାଳେ ଆଗାମୀ ସମୟରେ କିଛି ସମସ୍ୟା ସୃଷ୍ଟି କରିବ ସେଥିପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା ପୁଅ । ଅନେକ ସମୟରେ ଝିଅକୁ ଧମକ ଦେଉଥିଲା ପୁଅ । ଏହା ପରେ ଗତକାଲି ଯୋଜନା ବଦ୍ଧ ଭାବେ ଏକ ପରିତ୍ୟକ୍ତ ଘରକୁ ଡ଼ାକି ନେଇ ପୋଡ଼ି ମାରିଦେଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/39-2.jpg)