ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଟଙ୍କା ଠକେଇ ଅଭିଯୋଗ : ଚାକିରି ଦେବା ନାଁରେ ୬ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ

ଚାକିରିଦେବାକୁ କହି ୬ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ଆଣିଲେ ଗୋପାଳପୁର ନିର୍ବାଚନମଣ୍ଡଳୀର ବାସିନ୍ଦା

245

କନକ ବ୍ୟୁରୋ : ଗୋପାଳପୁର ବିଧାୟକଙ୍କ ଅଡୁଆ ବି ବଢିବାରେ ଲାଗିଛି ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଆସିଛି ବଡ ଟଙ୍କା ଠକେଇ ଅଭିଯୋଗ । ଝିଅ୦କୁ ଚାକିରୀ ଦେବା ନାଁରେ ସେ ୬ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ଆଣିଛନ୍ତି ଗଞ୍ଜାମ ଜିଲ୍ଲାର ଜଣେ ବ୍ୟକ୍ତି । ପ୍ରଦୀପ ପାଣିଗ୍ରାହୀଙ୍କ କହିବାକୁ ସେ ଏହି ଟଙ୍କା ଦେଇଥିଲେ ବୋଲି କହିଛନ୍ତି ସଂପୃକ୍ତ ବ୍ୟକ୍ତି ।

ସଂପୃକ୍ତ ବ୍ୟକ୍ତି ଗୋପାଳପୁର ନିର୍ବାଚନମଣ୍ଡଳୀର ବୋଲି ଜଣାପଡିଛି । ଟାଟ ମୋଟର୍ସ ନାଁରେ ଏହି ଠକେଇ ହୋଇଥିବା ଅଭିଯୋଗ କରିଛନ୍ତି ସଂପୃକ୍ତ ବ୍ୟକ୍ତି । ତାଙ୍କର କହିବା ଅନୁସାରେ, ଏହି ଟଙ୍କା ଦେବାକୁ ବିଧାୟକ କହିଥିଲେ । ଆଉ ତାଙ୍କ କହିବା ମୁତାବକ ସଂପୃକ୍ତ ବ୍ୟକ୍ତି ଟଙ୍କା ଡିପୋଜିଟ କରିଥିଲେ ।