ସାବଧାନ୍ ! ଜଣେ ଯାତ୍ରୀଙ୍କ ପାଖକୁ ‘ଉବର’ ପଠାଇଲା ୭.୫ କୋଟିର ବିଲ୍ । ଜାଣନ୍ତୁ କ’ଣ ରହିଛି ପୂରା ଘଟଣା

297

କନକ ବ୍ୟୁରୋ : ଆଜିକାଲି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଲୋକଙ୍କୁ ଆଉ ସମସ୍ୟା ଭୋଗିବାକୁ ପଡୁନି । ଅନଲାଇନରେ କାର୍ କିମ୍ବା ଅଟୋ, ବାଇକ୍ ବୁକ୍ କରି ଆରମରେ ଲୋକେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିପାରୁଛନ୍ତି । ଠିକ୍ ଏହିଭଳି ଏକ ଅନଲାଇନ୍ ଆପ୍ ‘ଉବର’ ପ୍ରତିଟି ସହରରେ ଲୋକପ୍ରିୟ ଆପ୍ ପାଲଟିଛି । କିନ୍ତୁ ଆଜି ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ଜଣେ ବ୍ୟକ୍ତି ଅଫିସ୍ ଯିବା ପାଇଁ ଉବର ଅଟୋ ବୁକ୍ କରିଥିଲେ । ବ୍ୟକ୍ତିଜଣଙ୍କ ଅଟୋ ବୁକ୍ କରିବା ପରେ ଅଟୋ ବିଲ୍ ୬୨ଟଙ୍କା ଦେଖାଇଥିଲା । କିନ୍ତୁ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରେ ତାଙ୍କର ବିଲ୍ ୭.୫କୋଟି ଟଙ୍କା ହୋଇଯାଇଥିଲା । ଏହା ଦେଖିବା ପରେ ଯାତ୍ରୀ ଜଣଙ୍କ ଚିନ୍ତାରେ ପଡିଯାଇଥିଲେ । ଆସନ୍ତୁ ଜାଣିବା କଣ ଥିଲା ପୂରା ଘଟଣା

ଦୀପକ ନାମକ ଜଣେ ବ୍ୟକ୍ତିଙ୍କ ସହ ଏପରି ଘଟିଛି । କମ୍ପାନୀ ଦୀପକଙ୍କ ପାଖକୁ ୭,୬,୮୩,୭୬୨ ଟଙ୍କାର ବିଲ୍ ପଠାଇଥିଲେ । ଯେଉଁଥିରେ କମ୍ପାନୀ ଅଟୋ ଭଟା ବାବଦକୁ ୧,୬୭,୭୪, ୬୪୭ଟଙ୍କା ଚାର୍ଜ କରିଥିବା ବେଳେ ୱେଟିଂ ତାର୍ଜ ୫,୯୯,୦୯,୧୮୯ଟଙ୍କା ଚାର୍ଜ କରିଛି । ଏହା ବ୍ୟତିତ କମ୍ପାନୀ କଷ୍ଟମ୍ବରକୁ ସାମନ୍ୟ ରିହାତି ମଧ୍ୟ ପ୍ରଦାନ କରିଛି ମୋଟ ୭.୫କୋଟି ଟଙ୍କା ମାତ୍ର ୭୫ଟଙ୍କା ଛାଡ କରିଛି । ଯାହାକୁ ନେଇ ସୋସିଆଲ୍ ମିଡିଆ ଏକ୍ସରେ ଯାତ୍ରୀ ଜଣକ ଏକ ଭିଡିଓ ଜାରି କରିଛନ୍ତି । ଯାତ୍ରୀ ଜଣଙ୍କ କହିଛନ୍ତି, ସକାଳୁ ସକାଳୁ କମ୍ପାନୀ ମତେ କୋଟିପତି ଋଣି ବନାଇଦେଇଛି । ମତେ ଲାଗୁଛି ମୁଁ ଆଗକୁ ଯାଇ ଉବରର ଫ୍ରାଞ୍ଚାଇଜ୍ ନେଇଆସିବି କହି ଏକ ପୋଷ୍ଟ କରିଛନ୍ତି ବ୍ୟକ୍ତି ଜଣକ । ସେପଟେ ଏହି ଘଟଣାକୁ ଅନୁଧ୍ୟାନ କରି ସମସ୍ୟାର ସମାଧାନ କରିବ ବୋଲି କମ୍ପାନୀ ବ୍ୟକ୍ତିଙ୍କୁ ପ୍ରତିଶ୍ରୁତି ଦେଇଛି