ବୁଦାରୁ ମିଳିଲା ୨୪ ବର୍ଷୀୟ ଯୁବକର ଶବ, ଆଖି ଓ କାନ ଗାଏବ । ଆତଙ୍କରେ ଲୋକେ

Advertisment
ଚିକିତ୍ସା ବିଳମ୍ବରୁ ମହିଳାଙ୍କ ମୃତ୍ୟୁ । ବଢୁଛି ଅଣକୋଭିଡ୍‌ ରୋଗୀଙ୍କ  ଦୁର୍ଦ୍ଦଶା । ୨ ମାସ ପୂର୍ବରୁ ଅଂଶୁଘାତରେ ଆଖି ବୁଜିଥିଲେ ସ୍ୱାମୀ । ଅନାଥ ହୋଇଗଲେ ୪ ନାବାଳକ ପୁଅଝିଅ

source : India TV

ଦିଲ୍ଲୀରେ ଅପରାଧିକ ଘଟଣା ବନ୍ଦ ହେବାର ନାଁ ନେଉନି । ଏଠି ଅପରାଧୀଙ୍କ ମଧ୍ୟରେ ପୁଲିସ୍ ର ଡର ନାହିଁ । ଗତ ଦିନରେ ହତ୍ୟା, ଚୋରୀ, ଅପହରଣର ଘଟଣା ସାମନାକୁ ଆସିଛି । ଦିଲ୍ଲୀର ପ୍ରହଲ୍ଲାଦପୁର ଅଂଚଳରେ ଏକ ମାମଲା ସାମନାକୁ ଆସିଛି । ଯେଉଁଠି ବୁଦା ମୂଳେ ଜଣେ ଯୁବକଙ୍କ ଶବ ମିଳିଛି, ଯାହା ସେହି ଅଂଚଳରେ ଆତଙ୍କ ଖେଳାଇଛି । ଯୁବକଙ୍କ ଶବରୁ ଆଖି ଓ କାନ ଗାଏବ ଅଛି । ପୁଲିସ୍ ସୂଚନା ମିଳିବା ପରେ ଶବକୁ ନିଜ ଅଧିନକୁ ନେଇଛି ।

ସୂଚନା ମୁତାବକ, ଦିଲ୍ଲୀର ପ୍ରହଲ୍ଲାଦପୁର ଅଂଚଳରେ ଶୁକ୍ରବାର ବୁଦାରୁ ୨୪ ବର୍ଷୀୟ ଯୁବକଙ୍କ ଶବ ଜବତ କରାଯାଇଛି । ଆଶଙ୍କା କରାଯାଉଛି କି ପଶୁ ମାନେ ଶବର ଆଖି ଓ କାନ ରାମ୍ପୁଡି ନେଇଛନ୍ତି । ମୃତକଙ୍କୁ ତାଙ୍କ ଭାଇ ଚିହ୍ନିଛନ୍ତି । ତାଙ୍କ ନାଁ ପୁନିତ୍ ଓ ସେ ସଂଗମ ବିହାରରେ ରହନ୍ତି । ଜଣାପଡିଛି ଯେ, ଶବର ମୁଣ୍ଡ ଓ ବେକରେ କ୍ଷତ ଚିହ୍ନ ଅଛି । ଶବର ଆଖି ଓ କାନ ଗାଏବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe