ଦିଲ୍ଲୀରେ ଅପରାଧିକ ଘଟଣା ବନ୍ଦ ହେବାର ନାଁ ନେଉନି । ଏଠି ଅପରାଧୀଙ୍କ ମଧ୍ୟରେ ପୁଲିସ୍ ର ଡର ନାହିଁ । ଗତ ଦିନରେ ହତ୍ୟା, ଚୋରୀ, ଅପହରଣର ଘଟଣା ସାମନାକୁ ଆସିଛି । ଦିଲ୍ଲୀର ପ୍ରହଲ୍ଲାଦପୁର ଅଂଚଳରେ ଏକ ମାମଲା ସାମନାକୁ ଆସିଛି । ଯେଉଁଠି ବୁଦା ମୂଳେ ଜଣେ ଯୁବକଙ୍କ ଶବ ମିଳିଛି, ଯାହା ସେହି ଅଂଚଳରେ ଆତଙ୍କ ଖେଳାଇଛି । ଯୁବକଙ୍କ ଶବରୁ ଆଖି ଓ କାନ ଗାଏବ ଅଛି । ପୁଲିସ୍ ସୂଚନା ମିଳିବା ପରେ ଶବକୁ ନିଜ ଅଧିନକୁ ନେଇଛି ।
ସୂଚନା ମୁତାବକ, ଦିଲ୍ଲୀର ପ୍ରହଲ୍ଲାଦପୁର ଅଂଚଳରେ ଶୁକ୍ରବାର ବୁଦାରୁ ୨୪ ବର୍ଷୀୟ ଯୁବକଙ୍କ ଶବ ଜବତ କରାଯାଇଛି । ଆଶଙ୍କା କରାଯାଉଛି କି ପଶୁ ମାନେ ଶବର ଆଖି ଓ କାନ ରାମ୍ପୁଡି ନେଇଛନ୍ତି । ମୃତକଙ୍କୁ ତାଙ୍କ ଭାଇ ଚିହ୍ନିଛନ୍ତି । ତାଙ୍କ ନାଁ ପୁନିତ୍ ଓ ସେ ସଂଗମ ବିହାରରେ ରହନ୍ତି । ଜଣାପଡିଛି ଯେ, ଶବର ମୁଣ୍ଡ ଓ ବେକରେ କ୍ଷତ ଚିହ୍ନ ଅଛି । ଶବର ଆଖି ଓ କାନ ଗାଏବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/beaten-to-death-1538703563-1543032906.jpg)