ଦିବ୍ୟାଙ୍ଗ ଦେଖାଉଛନ୍ତି କମାଲ୍ : ୬୦ବର୍ଷ ବୟସରେ ପାଣିରେ ଶୋଉଛନ୍ତି, ପାଣିରେ ଭାସୁଛନ୍ତି ଆସ୍କାର ଟୁନା ପ୍ରଧାନ । ସୋସିଆଲ ମିଡିଆରେ ଭାଇରାଲ ପରେ ଛୁଟିଲା ପ୍ରଶଂସାର ସୁଅ

ଦିବ୍ୟାଙ୍ଗ ଦେଖାଉଛନ୍ତି କମାଲ୍ : ୬୦ବର୍ଷ ବୟସରେ ପାଣିରେ ଶୋଉଛନ୍ତି, ପାଣିରେ ଭାସୁଛନ୍ତି ଆସ୍କାର ଟୁନା ପ୍ରଧାନ । ସୋସିଆଲ ମିଡିଆରେ ଭାଇରାଲ ପରେ ଛୁଟିଲା ପ୍ରଶଂସାର ସୁଅ

ଦୃଢ ମନୋବଳ ଥିଲେ ପଙ୍ଗୁ ମଧ୍ୟ ଗିରି ଲଙ୍ଘିଯିବ ଏଥିରେ କୌଣସି ସନ୍ଦେହ ନାହିଁ । ଆଉ ଏହି ଉକ୍ତିଟି ଯେତେବେଳେ ବାସ୍ତବରେ ସାମ୍ନାକୁ ଆସେ ତେବେ ଚର୍ଚ୍ଚା ହେବା ତ ସ୍ୱାଭାବିକ କଥା । ଗଂଜାମ ଜିଲ୍ଲା ଆସିକା ବ୍ଲକ ନଳବଣ୍ଟା ଗାଁରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଯାହା ସମାଜ ପାଇଁ ଏକ ଜ୍ୱଳନ୍ତ ଉଦାହରଣ ହୋଇ ଠିଆ ହୋଇଛି । ଏହି ଗାଁର ଟୁନା ପ୍ରଧାନଙ୍କ ବୟସ ପାଖାପାଖି ୬୦ ଛୁଇଁଲାଣି । ଶତ ପ୍ରତିଶତ ଦିବ୍ୟାଙ୍ଗ । ଶରୀରର ଓଜନ ପ୍ରାୟ ୩୦ କିଲୋ । ତଥାପି ଟୁନାଙ୍କ ନିଆରା ନିଶାକୁ ମାନିବାକୁ ପଡିବ । ଏହି ବ୍ୟକ୍ତି ଜଣକ ପାଣିରେ ଘଣ୍ଟା ଘଣ୍ଟା ଧରି ଭାସିପାରୁଛନ୍ତି । publive-image

ପିଲାଟି ଦିନରୁ ୨ ହାତ ଓ ୨ ଗୋଡ କାମ କରୁନି । ଅବିବାହିତ ଟୁନା ନିଜ ଭାଇ ଦୁବା ପ୍ରଧାନଙ୍କ ପାଖରେ ରହୁଥିବା ବେଳେ ପୁତୁରା ଓ ଅନ୍ୟ ସଦସ୍ୟ ମାନେ ତାଙ୍କର ଯତ୍ନ ନେଉଛନ୍ତି । ସେ ଦିବ୍ୟାଙ୍ଗ ହୋଇଥିବାରୁ ପିଲାବେଳେ ଥଟ୍ଟାପରିହାସ ସହିବାକୁ ପଡୁଥିଲା । ପୋଖରୀ ମଝିକୁ ଯାଇପାରିବେନି ବୋଲି ସଭିଁଏ ଟାହିଟାପରା କରୁଥିଲେ । କିନ୍ତୁ ଏଥିରେ ସେ ଭାଙ୍ଗି ନପଡି ମନୋବଳକୁ ଦୃଢ କରିଥିଲେ । ଆଉ ଯୁବାବସ୍ଥାରେ ହିଁ ପୋଖରୀ ପହଁରିବା ଅଭ୍ୟାସ କରିଥିଲେ । ଧୀରେ ଧୀରେ ନିଶ୍ୱାସକୁ ବହୁ ସମୟ ବନ୍ଦ ରଖି ପୋଖରୀରେ ଘଣ୍ଟା ଘଣ୍ଟା ଭାସିପାରିଲେ । ବର୍ତ୍ତମାନ ଗାଁ ପୋଖରୀରେ ଟୁନାଙ୍କ ସନ୍ତରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଟୁନାଙ୍କ ଏଭଳି ଦକ୍ଷତାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe