ଇଂଜିନିୟରିଂ ଛାଡି ଆରମ୍ଭ କଲେ ଜୋତା ସଫା (ସୁ-ଲଣ୍ଡ୍ରିଂ ) ବ୍ୟବସାୟ : ଆଜି ସେ କୋଟି କୋଟି ଟଙ୍କାର ମାଲିକ

52

କୈାଣସି କାମ ଛୋଟ ବା ବଡ ହୋଇ ନଥାଏ, ବରଂ ବିଚାର ଛୋଟ ବା ବଡ ହୋଇଥାଏ । ଜୋତା ପଲିସ୍ ବା ମରାମତି କରିବାର କାମକୁ ଲୋକମାନେ ଛୋଟ ଭାବନ୍ତି । ତାହାକୁ ହିଁ ମୁମ୍ବାଇର ଏକ ଯୁବକ ନିଜର ବଡ ବ୍ୟବସାୟ ବନାଇଛନ୍ତି । ସନ୍ଦୀପ ଗଜକସ୍ ଆଜି “ଦ-ସୁ-ଲଣ୍ଡ୍ରିଂ ” ବ୍ୟବସାୟ ଚଳାନ୍ତି । ସେ ତାଙ୍କର ୟୁନିକ୍ ବିଜନେସ ଆଇଡିଆ କାରଣରୁ ବହୁତ ସଫଳତା ହାସଲ କଲେ । ଦେଖୁ ଦେଖୁ ଆଜି ତାଙ୍କର କମ୍ପାନୀ ଦେଶର ୧୦ଟି ରାଜ୍ୟରେ ପହଂଚି ସାରିଛି । କେବଳ ଏତିକି ହି ନୁହେଁ ସନ୍ଦୀପଙ୍କ କମ୍ପାନୀ ଅନେକ ପ୍ରସିଦ୍ଧ ବ୍ରାଣ୍ଡ ପ୍ୟୁମା, ରିବକ, ନାଇକ୍ ଏବଂ ଫିଲା ସମେତ ଆହୁରି କେତେକ ବଡ ବଡ କମ୍ପାନୀ ସହିତ ଜଡିତ ଅଛନ୍ତି ।

ବିଦେଶ ଯିବାର ନିଷ୍ପତ୍ତି ବଦଳାଇ ସୁ ଲଣ୍ଡ୍ରିଂର ବିଜନେସ କଲେ ଆରମ୍ଭ : ସନ୍ଦୀପ ଗଜକସ୍(୩୬ ବର୍ଷ)ଙ୍କ କହିବାନୁସାରେ, ସେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଫାୟାର ଇଂଜିନିୟରିଂ ରୁ ଇଂଜିନିୟରିଂ ସାରିବା ପରେ ଚାକିରୀ ପାଇଁ ଗଲ୍ଫ ଦେଶ ଯିବାକୁ ପ୍ରସ୍ତୁତ ହେଉଥିଲେ, କିନ୍ତୁ ସେହି ସମୟରେ ୯/୧୧ ଆତଙ୍କବାଦୀ ଆକ୍ରମଣ ହେଲା ଯାହା ପରେ ସେ ବିଦେଶ ଯିବାର ନିଷ୍ପତ୍ତିରୁ ଓହରି ଗଲେ । ଏବଂ ‘ସୁ-ଲଣ୍ଡ୍ରିଂ’ ବ୍ୟବସାୟ ଆରମ୍ଭ କରିବାର ନିଷ୍ପତ୍ତି ନେଲେ ।

କେମିତି କଲେ ବ୍ୟବସାୟ ଆରମ୍ଭ : ଟଙ୍କା ୧୨,୦୦୦ ଖର୍ଚ୍ଚ କରି ବ୍ୟବସାୟ ଆରମ୍ଭ କଲେ ଏବଂ ବାଥରୁମକୁ ୱାର୍କସପ୍ ବନାଇ ସାଙ୍ଗ ଓ ସମ୍ପର୍କୀୟଙ୍କ ଜୋତା ପଲିସ ଓ ମରାମତି କରିବାର କାମ ଆରମ୍ଭ କଲେ । ଧିରେ ଧିରେ ପରିଶ୍ରମ ସଂଘର୍ଷରେ ପରିବର୍ତ୍ତିତ ହୋଇଗଲା । ସେ ସଂଘର୍ଷ ଜାରି ରଖିଲେ ଏବଂ ଧିରେ ଧିରେ ସଂଘର୍ଷ ସଫଳତାରେ ବଦଳିଗଲା । ସେ ୨୦୦୩ ମସିହାରେ ଦେଶର ପ୍ରଥମ “ଦ-ସୁ-ଲଣ୍ଡ୍ରିଂ ” ବ୍ୟବସାୟ ଆରମ୍ଭ କଲେ । ତାଙ୍କର କଠିନ ପରିଶ୍ରମ ଯୋଗୁଁ ଆଜି ତାଙ୍କ କମ୍ପାନୀର ବାର୍ଷିକ ଟର୍ନ ଓଭର ୨ କୋଟିରୁ ଅଧିକ ।

ମୁମ୍ବାଇର ଅଂଧେରୀରୁ ଆରମ୍ଭ ହୋଇଥିବା ସନ୍ଦୀପ ଗଜକସଙ୍କ କମ୍ପାନୀର ଆଜି ଅନେକ ସହରରେ ଅଫିସ ଅଛି । ସେ ଫ୍ରାଂଚାଇଜକୁ ବି ବିକ୍ରି କରୁଛନ୍ତି । ଆଜି ତାଙ୍କର ଫ୍ରାଂଚାଇଜ ମୁମ୍ବାଇ, ପୁଣେ, ଗୋରଖପୁର ସମତେ କେତେକ ସହରରେ ଖୋଲି ସାରିଛି ଏବଂ ଏହା ଦ୍ରୁତ ଗତିରେ ବଢ଼ି ବି ଚାଲିଛି । ଏହି ବ୍ୟବସାୟରେ କମ ନିବେଶ କରିବାକୁ ପଡେ । ଏହା ଦ୍ୱାରା ଲୋକଙ୍କୁ ରୋଜଗାରର ଅବସର ମିଳୁଛି ।