ଛୋଟ ପିଲା ମାନଙ୍କ ପାଇଁ ଅନେକ ସିନେମା ନିର୍ମାଣ ହୋଇଛି । କିନ୍ତୁ ୨୦୦୩ ରେ ଆସିଥିବା ‘କୋଇ ମିଲ୍ ଗୟା’ ପରି ସିନେମା ଆଜି ଯାଏଁ ହୋଇପାରି ନାହିଁ । ତେବେ ଏହି ସୁପରହିଟ୍ ସିନେମାରେ ସବୁଠାରୁ ଅଧିକ ଚିତ୍ତାକର୍ଷକ ଥିଲା ଅଲଗା ଦୁନିଆରୁ ଆସିଥିବା ଏଲିୟନ୍ ‘ଯାଦୁ’ । ସିନେମା ଠାରୁ ବେଶି ଚର୍ଚ୍ଚିତ ଥିଲା ଏହି ‘ଯାଦୁ’ । ହେଲେ କଣ ଆପଣ ଜାଣନ୍ତି ଏହି ‘ଯାଦୁ’ର ଅସଲ କାହାଣୀ । ଅର୍ଥାତ୍ ଏହି ଏଲିୟନ୍ ପଛର ଅସଲ ଚେହେରା ।
‘କୋଇ ମିଲ୍ ଗୟା’ରେ ଯାଦୁ ଅର୍ଥାତ୍ ଏହି ଏଲିୟନର ଭୂମିକାରେ ଅଭିନୟ କରିଥିବା କଳାକାର ଜଣକ ହେଉଛନ୍ତି ଇନ୍ଦବଦନ ଜେ ପୁରୋହିତ । ଇନ୍ଦବଦନ ଅନେକ ଧାରାବାହିକରେ କାମ କରି ସାରିଛନ୍ତି । ‘ବାଲ ବୀର’ରେ ସେ ଡୁବା ଡୁବା ଭୂମିକାରେ ମଧ୍ୟ ଅଭିନୟ କରିଥିଲେ । ତେବେ ବର୍ତ୍ତମାନ ଇନ୍ଦବଦନ ସତସତିକା ଏ ଦୁନିଆ ଛାଡି ଅଲଗା ଦୁନିଆକୁ ଚାଲିଯାଇଛନ୍ତି । ଅର୍ଥାତ୍ ୨୦୧୪ ସେପ୍ଟେମ୍ବର ୨୮ରେ ମୃତ୍ୟୁବରଣ କରି ସାରିଛନ୍ତି ଇନ୍ଦବଦନ ।
ଜାଣି ଆଶ୍ଚର୍ଯ୍ୟ ହେବେ ‘ଯାଦୁ’ ର ଏହି କଷ୍ଟ୍ୟୁମ୍ ପାଇଁ ଅନେକ ପରିଶ୍ରମ କରିବାକୁ ପଡିଥିଲା । ପାୟ ୧ ବର୍ଷ ଲାଗିଥିଲା ଏହି କଷ୍ଟ୍ୟୁମକୁ ତିଆରି କରିବାକୁ । ତେବେ ଏହାକୁ ଭାରତରେ ନୁହେଁ ବରଂ ଅଷ୍ଟ୍ରେଲିଆରେ ତିଆରି କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/Koi...-Mil-Gaya_7_0_0.jpg)