କନକ ବ୍ୟୁରୋ: ମଦ୍ୟପ ସ୍ୱାମୀର ଉନ୍ମତ୍ତକାଣ୍ଡ । କାଠ ଫାଳିଆରେ ପିଟିପିଟି ସ୍ତ୍ରୀକୁ ମାରିଦେଲା ସ୍ୱାମୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଔପଦା ଥାନା ଅନ୍ତର୍ଗତ ଚିଞ୍ଚଡା ଆଦିବାସୀ ବସ୍ତିରେ ।
ଅଭିଯୁକ୍ତ ପାଣ୍ଡୁ ସିଂ ଅଧିକାଂଶ ସମୟରେ ମଦ୍ୟପାନ କରି ସ୍ତ୍ରୀ ଜାନ ସିଂକୁ ମାଡ଼ପିଟ କରନ୍ତି । ଆଜି ଭୋର ସକାଳୁ ପାଣ୍ଡୁ ଅତ୍ୟଧିକ ମଦ୍ୟପାନ କରି କାଠ ଫାଳିଆରେ ପିଟି ପିଟି ଜୀବନରୁ ମାରି ଦେଇଥିବା ଅଭିଯୋଗ ହୋଇଛି । ମୃତ ଜାନ ସିଂର ଭାଇ ରାବଣ ସିଂ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଔପଦା ଥାନା ଆଇଆଇସି ଶ୍ରବଣ କୁମାର ମହରଣା ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ପାଣ୍ଡୁକୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି । ଘରୋଇ କଳହରୁ ମଦନିଶାରେ କାଠ ଫାଳିଆରେ ପିଟି ପିଟି ମାରି ଦେଇଥିବା ସେ ସ୍ୱୀକାର କରିଛି ।