ଅହିରାଜକୁ ଗାଧୋଇ ଦେଉଛନ୍ତି ଯୁବକ ! ହାତରେ ବାଲଟି ଧରି ଆରାମରେ ଢାଳୁଛନ୍ତି ପାଣି, ଦେଖନ୍ତୁ ଭିଡିଓ

4,214

କନକ ବ୍ୟୁରୋ: ଖରାଦିନେ କାହାକୁ ବି ଥଣ୍ଡା ପାଣିରେ ଗାଧୋଇବାକୁ ଭଲ ନଲାଗେ । ହେଲେ ଆମେ ଆପଣଙ୍କୁ ଯେଉଁ ଗାଧୋଇବା ଦୃଶ୍ୟ ଦେଖାଇବୁ ଦେଖିଲେ ଆପଣଙ୍କର ରୋମ ଟାଙ୍କୁରୀ ଉଠିବ । ଏ ଗାଧୋଇବା କୌଣସି ସାଧାରଣ ମଣିଷର ନୁହଁ । ଏ ହେଉଛି କିଙ୍ଗ କୋବ୍ରା ବା ଅହିରାଜଙ୍କର । ଏଭିଡିଓଟିକୁ ଆଇଏଫଏସ ସୁଶାନ୍ତ ନନ୍ଦ ଟୁଇଟରରେ ପୋଷ୍ଟ କରିବା ପରେ ପରେ ଏହା ବେଶ୍ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ପ୍ରକୃତରେ କେରଳର ବୋଲି ଜଣାପଡିଛି । ଅହିରାଜକୁ ବାଲଟି ପରେ ବାଲଟି ଜଳ ଢାଳି ଗାଧୋଇ ଦେଉଛନ୍ତି ଯୁବକ ଜଣକ ।

ଆଉ ତାର ମଥାକୁ ଥାପୁଡାଇ ଦେଉଛନ୍ତି । ବିଷାକ୍ତ ଅହିରାଜ ମଧ୍ୟ ଏହି ଜଳସ୍ନାନର ବେଶ୍ ମଜା ଉଠାଉଛି । କୌଣସି ପ୍ରକାର ପ୍ରତିକ୍ରିୟାଶୀଳ ହେଉନାହିଁ ସାପଟି । ଏହା ହିଁ ସବୁଠାରୁ ଦେଖିବା କଥା । ସାପକୁ ଏମିତି ଦୁଃସାହସିକ ଭାବେ ଗାଧୋଇ ଦେଉଥିବା ଯୁବକ ଜଣକ କେରଳର ଭାବା ସୁରେଶ । ଅହିରାଜକୁ ବୋଲ ମନାଇବାରେ ସେ ବେଶ୍ ପାରିବାର । ତେବେ ଏପରି ଦୁଃସାହସିକ କାମ କେହି କରିବାକୁ ଉଦ୍ୟମ କରିବା ଅନୁଚିତ ବୋଲି ଲେଖିଛନ୍ତି ଆଇଏଫଏସ ସୁଶାନ୍ତ ।