ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜଣେ ବ୍ୟକ୍ତିଙ୍କ ଆତ୍ମହୁତି ଉଦ୍ୟମ : ସାଇବର ଠକଙ୍କ ଦ୍ୱାରା ୧୬ ଲକ୍ଷ ୩୨ ହଜାର ଟଙ୍କା ଠକେଇର ଶିକାର ହୋଇଥିଲେ ବ୍ରଜବନ୍ଧୁ ସାହୁ

Advertisment
ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜଣେ ବ୍ୟକ୍ତିଙ୍କ ଆତ୍ମହୁତି ଉଦ୍ୟମ : ସାଇବର ଠକଙ୍କ ଦ୍ୱାରା ୧୬ ଲକ୍ଷ ୩୨ ହଜାର ଟଙ୍କା ଠକେଇର ଶିକାର ହୋଇଥିଲେ ବ୍ରଜବନ୍ଧୁ ସାହୁ

କନକ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜଣେ ବ୍ୟକ୍ତିଙ୍କ ଆତ୍ମହୁତି ଉଦ୍ୟମ । ସାଇବର ଠକଙ୍କ ଦ୍ୱାରା ୧୬ ଲକ୍ଷ ୩୨ ହଜାର ଟଙ୍କା ଠକେଇର ଶିକାର ହୋଇଥିଲେ ବାଙ୍କୋଇ ଗାଁର ବ୍ରଜବନ୍ଧୁ ସାହ । ଏନେଇ ୧୫ ଦିନ ତଳେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ ଏନେଇ କିଛି ପଦକ୍ଷେପ ନିଆଯାଇନଥିବାରୁ ସେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମହୂତି ଉଦ୍ୟମ କରିଥିଲେ ।

ପୁଲିସ ତାଙ୍କୁ ଅଟକାଇବା ସହ ଗିରଫ କରିଛି । ଗତବର୍ଷ ୨୦୧୯ ଅଗଷ୍ଟ ମାସରେ ବ୍ରଜବନ୍ଧୁ ଟ୍ରେଡ ୟୁନାଇଟେଡ ଲିମିଟେଡ ନାମକ ଏକ ବିଦେଶୀ ୱେବସାଇଟ କାଠ ଯୋଗାଇଦେବାର ସୂଚନା ଦେଇଥିଲା । ବ୍ରଜବନ୍ଧୁ ସେହି ସଂସ୍ଥା ସହିତ ନିଜ କାଠ ଗୋଲାର ବ୍ୟାଙ୍କ ଖାତା ନମ୍ବର ସହିତ ସମସ୍ତ କାଗଜପତ୍ର ଦେଇ ୧୬ ଲକ୍ଷ ୩୨ ହଜାର ସଂସ୍ଥାକୁ ପଠାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe