କନକ ବ୍ୟୁରୋ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ନିଜ ସହର ଭଖତିୟାରପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ ତାଙ୍କୁ ଜଣେ ବ୍ୟକ୍ତି ମରଣାନ୍ତକ ଆକ୍ରମଣ କରିଥିଲେ । ତୁରନ୍ତ ସୁରକ୍ଷାକର୍ମୀମାନେ ଆକ୍ରମଣକାରୀକୁ କାବୁ କରିନେଇଥିବାର ବଞ୍ଚିଯାଇଥିଲେ ନୀତୀଶ ।
ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପୋଲିସ ହାଜତରେ ରଖାଯାଇଛି । ସ୍ଥାନୀୟ ସଫର ହସ୍ପିଟାଲ କମ୍ପେ୍ଲକ୍ସରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଶିଳଭଦ୍ର ଯାଜିଙ୍କ ପତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାକୁ ନୀତୀଶ ଯାଉଥିବାବେଳେ ଆକ୍ରମଣର ଶିକାର ହୋଇଥିଲେ । ଆକ୍ରମଣକାରୀ ଜଣକ ପଛପଟୁ ଦ୍ରୁତ ବେଗରେ ମଞ୍ଚ ଉପରକୁ ଉଠିଆସି ଆକ୍ରମଣ କରୁଥିବା ଫୁଟେଜରୁ ଦେଖିବାକୁ ମିଳିଛି । ଆକ୍ରମଣକୁ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ନିନ୍ଦା କରିଛନ୍ତି ।
ସୂଚନାଯୋଗ୍ୟ, ୨୦୨୦ ନଭେମ୍ବରରେ ନୀତୀଶ ବିହାରର ମଧୁବନଠାରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରୁôବାବେଳେ ଆକ୍ରମଣର ସମ୍ମୁଖୀନ ହୋଇଥିଲେ । ହରଲଖିଠାରେ ସେ ନିଯୁକ୍ତି ସମ୍ପର୍କରେ କହୁଥିବାବେଳେ ଗହଳି ମଧ୍ୟରୁ କେହି ତାଙ୍କ ଉପରକୁ ପିଆଜ ଫୋପାଡିଥିଲେ । ପିଆଜ ଫିଙ୍ଗିଥିବା ବ୍ୟକ୍ତି ଧରାପଡିବା ପେ ତାଙ୍କୁ ଛାଡିଦେବାକୁ ନୀତୀଶ କହିଥିଲେ ।