କନକ ବ୍ୟୁରୋ: ଖୋର୍ଦ୍ଧା ଜେଲ ଭିତରୁ ମୋବାଇଲ ମିଳିବା ଘଟଣା । ଜେଲ୍ ମଧ୍ୟରେ ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ସଂଘବଦ୍ଧ ଆକ୍ରମଣ । ଏନେଇ ଖୋର୍ଦ୍ଧା ଟାଉନ ଥାନାରେ ୭ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ଆକ୍ରମଣର ଶିକାର ହୋଇଛନ୍ତି ଅଭିଯୁକ୍ତ ପ୍ରକାଶ ନାୟକ । ସେ କୋରେକ୍ସ କଫ ସିରଫ୍ କାରବାର ଘଟଣାରେ ଜେଲରେ ସଜ୍ଜା କାଟୁଛନ୍ତି । ଜେଲରୁ ମୋବାଇଲ ମିଳିବା ଘଟଣାରେ ପୋଲିସକୁ ସୂଚନା ଦେଉଥିବା ସନ୍ଦେହ କରି ଆକ୍ରମଣ କରାଯାଇଛି । ପୋଲିସ ଏ ଦିଗରେ ଅଧିକ ତଦନ୍ତ ଚଳାଇଥିବା ବେଳେ ଏହି ଘଟଣା ପରେ ଜେଲ ଭିତରେ ସବୁ ଠିକଠାକ ନଥିବା ଅନୁମାନ କରାଯାଉଛି ।