କନକ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ମତଦାନବେଳେ ୟୁପିରୁ କିଛି ରୋଚକ ଦୃଶ୍ୟ ସାମ୍ନାକୁ ଆସିଛି । ୟୁପି ନୋଏଡାର ଜଣେ ଭୋଟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବେଶରେ ଆସି ମତଦାନ କରିଛନ୍ତି । ଯାହା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ସେହିପରି ଆପଣଙ୍କ ଜଣେ ଭୋଟର ବର ବେଶରେ ଆସି ନିଜର ଅଧିକାର ସାବ୍ୟସ୍ତ କରିଛନ୍ତି । ଆଜି ତାଙ୍କର ବାହାଘର ହେବା ପୂର୍ବରୁ ସେ ତାଙ୍କର ମତାଧିକାର ସାବ୍ୟସ୍ତ କରିବା ଉଚିତ ବୋଲି ଭାବି ଏପରି କରିଛନ୍ତି । ଆଉ ମତଦାନ ପରେ ସେ ବିବାହ କରିବାକୁ ଯାଇଥିବା ସୂଚନା ରହିଛି । ଅନ୍ୟପଟେ ୟୁପିରେ ପ୍ରଚାର ପାଇ ଜୋରଦାର କସରତ କରୁଛନ୍ତି ପ୍ରିୟଙ୍କା ଗାନ୍ଧୀ । ସେ ପ୍ରଚାର ବେଳେ ସାଇକଲ ପଙ୍କଚର ଦୋକାନୀଙ୍କୁ ଭେଟି କଂଗ୍ରେସକୁ ଭୋଟ ଦେବାକୁ ନିବେଦନ କରିଛନ୍ତି ।
ଯୋଗୀ ବେଶରେ ଆସି ୟୁପିରେ ଭୋଟ୍ ଦେଲେ ଭୋଟର । ସେପଟେ ବାହାଘର ପୂର୍ବରୁ ବର ବେଶରେ ଆସିବେ ଭୋଟ ଦେଲେ ଯୁବକ ।
/kanak/media/post_attachments/wp-content/uploads/2022/02/raju-kohli_1644494761.jpeg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)