ଅନ୍ତଃବସ୍ତ୍ରରେ ମୋବାଇଲ୍ , ଟୋପିରେ ବ୍ଲୁଟୁଥ୍ ଲୁଚାଇ ପରୀକ୍ଷାକେନ୍ଦ୍ରରେ କପି କରୁଥିଲା ପରୀକ୍ଷାର୍ଥୀ : ଥାନାକୁ ଭିଡିନେଲା ପୋଲିସ୍ ।

526

ବିହାରରେ ପୋଲିସ୍ କନେଷ୍ଟବଳ , ଡ୍ରାଇଭର୍ ର ଲିଖିତ ପରୀକ୍ଷା ସମୟରେ ଅଜବ ଉପାୟରେ କପି କରିବାର ମାମଲା ସାମ୍ନାକୁ ଆସିଛି । ପରୀକ୍ଷାକେନ୍ଦ୍ରରେ ବସିଥିବା ଜଣେ ପରୀକ୍ଷାର୍ଥୀ ନିଜ ଅନ୍ତଃବସ୍ତ୍ରରେ ମୋବାଇଲ୍ ଏବଂ ଟୋପି ଭିତରେ ବ୍ଲୁଟୁଥ୍ ଲୁଚାଇ ରଖିଥିଲେ । ପରୀକ୍ଷା କେନ୍ଦ୍ର ଇଲେକ୍ଟ୍ରୋନିକ୍ ସାମଗ୍ରୀ ବର୍ଜନ ଥିବା ସତ୍ତେ୍ୱ ଏହି ପରୀକ୍ଷାର୍ଥୀ ମୋବାଇଲ୍ ଏବଂ ବ୍ଲୁଟୁଥ୍ ବ୍ୟବହାର କରି ନିଜ ସାଥିଙ୍କୁ ପ୍ରଶ୍ନ ପଚାରୁଥିଲା ଏବଂ ପରୀକ୍ଷାର୍ଥୀର ସାଥୀ ଏହି ପ୍ରଶ୍ନର ଉତ୍ତର ଦେଉଥିଲା ।

ସୁନୀଲ୍ ଜମୁଇ ନାମକ ଏହି ପରୀକ୍ଷାର୍ଥୀ ଲକ୍ଷ୍ମୀପୁରର ବୋଲି ସୂଚନା ମିଳିଥିବା ବେଳେ ତାର ପରୀକ୍ଷା କେନ୍ଦ୍ର ମଖଦୁମପୁରର ଇନ୍ଦ୍ରସ୍ଥଳୀ ବାଳିକା ବିଦ୍ୟାଳୟରେ ପଡିଥିଲା । ପରୀକ୍ଷା ସମୟରେ ସୁନୀଲଙ୍କ ଉପରେ ଇନଭିଜିଲେଟର୍ ଙ୍କ ସନ୍ଦେହ ହେବାପରେ ଅସଲୀ କଥା ପଦାକୁ ଆସିଥିଲା । ଖୋଜାଖୋଜି କରିବା ପରେ ସୁନୀଲଙ୍କ ଅନ୍ତଃବସ୍ତ୍ରରୁ ମୋବାଇଲ୍ ଫୋନ୍ ଏବଂ ଟୋପିରୁ ବ୍ଲୁଟୁଥ୍ ମିଳିଥିଲା । ବର୍ତ୍ତମାନ ପୋଲିସ୍ ଏହି ମାମଲାର ତଦନ୍ତ ଆରମ୍ଭ କରିଛି । ମୋବାଇଲ୍ କୁ ଜାଞ୍ଚ୍ କରାଯାଉଛି, ପରୀକ୍ଷାର୍ଥୀର ସାଥିକୁ ମଧ୍ୟ ଖୋଜିବାରେ ଲାଗିପଡିଛି ବିହାର ପୋଲିିସ୍ ।