ମିଛ କହିଲେ ଗିରଫ ହେଲେ । ‘କରୋନା’ ସମ୍ପର୍କରେ ମିଛ ଖବର ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ପଡିଲା ମହଙ୍ଗା । ରାୟଗଡାରେ ଯୁବକକୁ ଗିରଫ କଲା ପୁଲିସ୍

Advertisment
ହାଇଦ୍ରାବାଦରେ କ୍ରାଇମ୍, ଭୁବନେଶ୍ୱରରେ ଗିରଫ । ୫ଜଣ ସାଇବର ଠକକୁ ଗିରଫ କଲା ଭରତପୁର ପୋଲିସ । ହାଇଦ୍ରାବାଦରେ ୩୦ ଲକ୍ଷ ସାଇବର ଠକେଇ କରିଥିବା ଅଭିଯୋଗ

http://sambad.in/

କନକ ବ୍ୟୁରୋ: କରୋନା ସମ୍ପର୍କରେ ମିଛ ଖବର ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ମହଙ୍ଗା ପଡ଼ିଛି । ମିଛ ଖବର ପ୍ରସାର କରିବା କାରଣରୁ ରାୟଗଡ଼ାରେ ଜଣେ ଯୁବକକୁ ଗିରଫ କରିଛି ପୁଲିସ୍ । ଏହି ଯୁବକ ଜଣ ଫେସବୁକରେ ଲେଖିଥିଲେ ରାୟଗଡ଼ାରେ ପହଂଚିଲା କରୋନା । କାଶୀପୁରରେ ଜଣେ କରୋନାରେ ଆକ୍ରାନ୍ତ । କେରଳରୁ ଫେରିବା ଏହି ଦାଦନ ଶ୍ରମିକଙ୍କୁ ରାୟଗଡ଼ା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ଏହି ଯୁବକ ଜଣକ ପୋଷ୍ଟ କରିଥିଲେ । ଏଭଳି ମିଛ ଖବର ପ୍ରଚାରିତ କରିବା କାରଣରୁ ଏହି ଯୁବକକୁ ଗିରଫ କରାଯାଇଛି । ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

publive-image

ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁସାରେ ରାୟଗଡ଼ା ଜିଲ୍ଲାପାଳ ଫେସବୁକରେ ଭାଇରାଲ କରିଥିବା ବ୍ୟକ୍ତିଙ୍କ ପରିଚୟ ଖୋଜିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ପୁଲିସ ଯୁବକର ପରିଚୟ ପାଇଥିଲା। ଏହି ଆଧାରରେ ରାୟଗଡ଼ାରେ କରୋନା ଭାଇରସ ବ୍ୟାପିବା ନେଇ ଫେସବୁକରେ ମିଛ ଖବର ପ୍ରସାର ହେବା ପରେ ମୁନିଗୁଡ଼ା ପୁଲିସ ଏକ ମାମଲା ରୁଜୁ କରିଥିଲା।

publive-image

ଏଠାରେ ଆମେ କହି ରଖୁଛୁ ଯେ, କରୋନା ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି ଓଡିଶା ସରକାର । ପ୍ରଥମ ଥର ପାଇଁ କୌଣସି ଭୁତାଣୁ ଜନିତ ରୋଗର ମୁକାବିଲା ପାଇଁ ସରକାର ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିବା ସହ ଆଗୁଆ ଅଭିଯାନ ଆରମ୍ଭ କରିଛନ୍ତି । ଏଥିସହ ମହାମାରୀ ରୋଗ ଆଇନ ୧୮୯୭ ବଳରେ ରାଜ୍ୟ ସରକାର ଜିଲ୍ଲାପାଳ, ମ୍ୟୁନିସପାଲ କମିଶନର ଏବଂ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରିଛନ୍ତି । ଏଥିସହ ଗାଁ ଗାଁ ବୁଲି ସଚେତନ କରିବେ ସ୍ୱୟଂ ସହାୟକ ଗୋଷ୍ଠୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe