୫୦୦ ଝିଅଙ୍କୁ ଚାଲାଣ କରୁଥିବା ଦଲାଲ ଗିରଫ ।

୫୦୦ ଝିଅଙ୍କୁ ଚାଲାଣ କରୁଥିବା ଦଲାଲ ଗିରଫ ।

courtesy:DuaLajm.com

ମଣିଷ ରୂପରେ ସଇତାନ । ୫୦୦ ଝିଅଙ୍କୁ ବାଂଲାଦେଶରୁ ମୁମ୍ବାଇକୁ ଚୋରା ଚାଲାଣ କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ଗିରଫ କରିଛି ପୋଲିସ । ସୂଚନା ମୁତାବକ ଥାଣେ ଜିଲ୍ଲାର ଦୋମ୍ବିବାଲିର ମନପଡା ଅଞ୍ଚଳର ୩୮ ବର୍ଷୀୟ ମହମ୍ମଦ ସୈଦୁଲ୍ ଶେଖ୍ ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି ପାଲଘାର ପୋଲିସ୍ । ଏହାସହ ସୈଦୁଲଙ୍କ ନାଁରେ ମାନବ ଚାଲାଣ ମାମଲା ରୁଜୁ କରିଛି ପୁଲିସ ।

publive-imageପୁଲିସ କହିବା ମୁତାବକ , ଶେଖ୍ ନାଁରେ ଏବେ ୭ଟି ମାମଲା ରହିଛି, ତାଙ୍କ ଗିରଫଦାରି ସହ ଆହୁରି ଅନେକ ମାମଲା ଜଣାପଡ଼ିବ। ଜଣେ ଝିଅ ବିକ୍ରି କରାଇବା ବାବଦରେ ସେ କମିସନ୍ ବାବଦରେ ୪ରୁ ୫ ହଜାର ଟଙ୍କା ପାଆନ୍ତି। ପୁଣି ପ୍ରତି ମାସରେ ଆହୁରି ଅଧିକ ଟଙ୍କା ପାଆନ୍ତି। ଅନ୍ୟପଟେ ବର୍ଷେ ତଳେ ଦେହ ବ୍ୟବସାୟସ୍ଥଳରୁ ଉଦ୍ଧାର ହୋଇଥିବା ୪ ଜଣ ନାବାଳିକା ବୟାନ ଦେବା ବେଳେ ଶେଖ୍ଙ୍କ ନାଁ କହିଥିଲେ। କ୍ରାଇମ୍ ବ୍ରାଞ୍ଚ୍ ଗୁଇନ୍ଦାମାନେ କହନ୍ତି ଯେ ସୀମା ଆରପାରିରେ ଶେଖ୍ ବେଆଇନ୍ ହାଓଲା କାରବାରରେ ସମ୍ପୃକ୍ତ। ଶେଖ୍ ବାଂଲାଦେଶରୁ ମହିଳା, ବିଶେଷକରି, ନାବାଳିକାମାନଙ୍କୁ ଆଣି ଆଶାୟୀ ଗ୍ରାହକମାନଙ୍କ ଠାରୁ ଲକ୍ଷେ ଟଙ୍କା ପାଆନ୍ତି।

publive-imageପୁଲିସ କହିବା ମୁତାବକ ଶେଖ୍ ବାଂଲାଦେଶର ଲୋକ, କିନ୍ତୁ ୨୦୧୦ରୁ ଭାରତରେ କାର୍ଯ୍ୟ ଚଳାଇଛି। ପୁଲିସ ବହୁ ଦିନୁ ତାଙ୍କ ଉପରେ ଧ୍ୟାନ ରଖିଥିଲେ ବି ସୂଚନାଦାତାଙ୍କ ଠାରୁ ସୂଚନା ପାଇଁ ତାଙ୍କୁ ଧରିବା ପାଇଁ ସମର୍ଥ ହୋଇଥିଲେ। ଚାକିରି କରାଇ ଦେବା ବାହାନାରେ ଝିଅମାନଙ୍କୁ ଅଣାଯାଏ। ବାଂଲାଦେଶରେ ଥିବା ତାଙ୍କ ଏଜେଣ୍ଟ୍ମାନେ କେତେକ ନାବାଳିକାଙ୍କୁ ପ୍ରେମ ପ୍ରଲୋଭନରେ ବଶକରି ଆନ୍ତର୍ଜାତିକ ସୀମା ପାରି କରାଇ ନେଇ ଆସନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe