ଚାଉଳିଆଗଞ୍ଜ ଥାନା ଶିଖରପୁର ଅଞ୍ଚଳରେ ଅଭାବନୀୟ ଘଟଣା : ପାରିବାରିକ କଳହକୁ କେନ୍ଦ୍ରକରି ଭାଉଜର ଗଳା କାଟିଲା ଦିଅର

240

କନକ ବ୍ୟୁରୋ : ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଶିଖରପୁର ଅଞ୍ଚଳରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଏଠାରେ ଭାଉଜର ଗଳା କାଟିଛି ଦିଅର । ଅଭିଯୁକ୍ତକୁ ଅବଶ୍ୟ ଥାନାରେ ଅଟକ ରଖାଯାଇଛି । ଖବର ପାଇ ଚାଉଳିଆଗଞ୍ଜ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିଲେ ବି ପାରିବାରିକ ଜମିଜମା ବିବାଦ ହିଁ ମୁଖ୍ୟ କାରଣ ବୋଲି କୁହାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ଆଉ କିଛି ସମୟ ପରେ ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତ ଶରୀରକୁ ବ୍ୟବଛେଦ ପାଇଁ ପଠାଯିବ ।