କନ୍ଧମାଳରେ ବାପା ସାଜିଲା କଂସ ! ମଦ ନିଶାରେ ୨ ବର୍ଷ ଶିଶୁ କନ୍ୟାକୁ ଭୁଇଁରେ କଚାଡିମାରିଲା ବାପା

29

କନକ ବ୍ୟୁରୋ: କନ୍ଧମାଳ ଦାରିଙ୍ଗବାଡି ବ୍ଲକର ମୁଡରାବାଲି ଗାଁରେ ଅଭାବନୀୟ କାଣ୍ଡ । ସାମାନ୍ୟ କଥାରୁ ବଚସାକୁ ନେଇ ୨ବର୍ଷର ଶିଶୁ କନ୍ୟାକୁ ଟେକି ଛେଚି ଦେଇଛି ବାପା । ମୁଡରାବାଲି ଗାଁର ଅରବିନ୍ଦ ପ୍ରଧାନ ନିଶାଗ୍ରସ୍ତ ଅବସ୍ଥାରେ ପ୍ରଥମେ ତାଙ୍କ ପତ୍ନୀ କୁମଦିନିଙ୍କୁ ମାରିବା ପାଇଁ ଗୋଡାଇଥିଲେ । ଭୟରେ ସେ ପଡୋଶୀଙ୍କ ଘର ଭିତରକୁ ପଶିଯାଇଥିଲେ ।

ରାଗରେ ଥିବା ମଦୁଆ ବ୍ୟକ୍ତି ଦାଣ୍ଡରେ ଖେଳୁଥିବା ୨ ବର୍ଷର ଶିଶୁ କନ୍ୟାକୁ ଟେକି ଛେଚି ଦେଇଥିଲା । ଘଟଣାସ୍ଥଳରେ ହିଁ ଶିଶୁଟି ଗୁରୁତର ହୋଇପଡିଥିଲା । ତାକୁ ଫୁଲବାଣୀ ଡାକ୍ତରଖାନାରେ ନିଆଯାଇଥିବା ବେଳେ ସେଠାରେ ଶିଶୁଟିର ମୃତ୍ୟୁ ହୋଇଛି ।