ପାରିବାରିକ କଳହର କରୁଣ ପରିଣତି : ସ୍ତ୍ରୀ ଓ ପୁଅକୁ ମାରିବା ପରେ ସ୍ୱାମୀର ଆତ୍ମହତ୍ୟା

ଘଟଣାସ୍ଥଳରେ ପୋଲିସର ତଦନ୍ତ ଆରମ୍ଭ

236

କନକ ବ୍ୟୁରୋ : ପାରିବାରିକ କଳିର କରୁଣ ପରିଣତି । ସ୍ତ୍ରୀ ଓ ପୁଅକୁ ମାରିବା ପରେ ସ୍ୱାମୀ ନିଜେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ କୋଟବଗଡ ଗାଁରେ ଏଭଳି ଏକ ଅଭାବନନୀୟ ଘଟଣା ଘଟିଛି ।

ସୂଚନା ଅନୁସାରେ ସୁଜନ ପ୍ରଧାନ ନାମକ ଜଣେ ବ୍ୟକ୍ତି ପ୍ରଥମେ ନିଜର ଦଶ ମାସର ପୁଅର ତଣ୍ଟି ଚିପି ମାରିବା ପରେ ସ୍ତ୍ରୀର ବେକ କାଟି ହତ୍ୟା କରିଛନ୍ତି । ପୁଅ ଓ ସ୍ତ୍ରୀକୁ ହତ୍ୟା କରିବା ପରେ ନିଜେ ମଧ୍ୟ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ସାଇଂଟିଫିକ୍ ଟିମ ପହଁଚି ପାରିପାର୍ଶ୍ୱିକ ସ୍ଥିତିର ଅନୁଧ୍ୟାନ କରୁଛନ୍ତି । ପଡୋଶୀଙ୍କ ସୂଚନା ଅନୁସାରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ କଳି ଝଗଡା ହୋଇଥାଏ ।