ରାଜଧାନୀରେ ଚାଞ୍ଚଲ୍ୟ : ସ୍ୱାମୀକୁ ପିଟିପିଟି ମାରିଦେଲା ସ୍ତ୍ରୀ

325

କନକ ବ୍ୟୁରୋ : ରାଜଧାନୀରେ ଚାଞ୍ଚଲ୍ୟ । ସ୍ୱାମୀକୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିଛି ସ୍ତ୍ରୀ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅଧୀନ ଡମଣା ବସ୍ତିରେ ହତ୍ୟାକାଣ୍ଡ ହୋଇଛି । ମୃତ ବ୍ୟକ୍ତି ହେଲେ ସାମ ମୁଣ୍ଡରି । ସେ ବିଏମସିରେ ସଫେଇ କାମ କରନ୍ତି । ଗତକାଲି ରାତିରେ ସାମଙ୍କୁ ତାଙ୍କ ସ୍ତ୍ରୀ ହତ୍ୟା କରିଥିବା ନେଇ ଜଣାପଡିଛି । ଆଜି ସ୍ଥାନୀୟ ଲୋକେ ସନ୍ଦେହ କରିଵାରୁ ପୋଲିସ କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିବା ସହ ସାମ ଙ୍କ ସ୍ତ୍ରୀ ଝିଙ୍ଗି ମୁଣ୍ଡୁରୀକୁ ଅଟକ ରଖିଛି । ଘଟଣାସ୍ଥଳରେ ସାଇଂଟିଫିକ୍ ଟିମ୍ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ହତ୍ୟାର କାରଣ ଜଣାପଡ଼ି ନାହିଁ ।