ଚିକେନ୍ ଭୋଜିି ନଦେବାରୁ ପାରାଙ୍କୁ ମାରିଦେଲେ । ସାଙ୍ଗଙ୍କ ନାଁରେ ମମଲା ଦାଏର କଲେ ପକ୍ଷୀ ପ୍ରେମୀ ।

210

କନକ ବ୍ୟୁରୋ: ଚିକେନ୍ ଭୋଜି ନଦେବାରୁ ପୋଶା ପାରାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ପାରାଦୀପ ଆଦର୍ଶ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି ।

ପାରାଦୀପ ତାରିଣୀଗଡାରେ ରହୁଥିବା ଅମର ବାରିକ ଭଡ଼ାରେ ରହୁଥିବା ବେଳେ ଏକ ସେଲୁନ୍ କରି ଚଳନ୍ତି ।  ସେ ଜଣେ ପକ୍ଷୀ ପ୍ରେମୀ । ସଉକରେ ପାରା ରଖିଥିବା ବେଳେ ତାଙ୍କ ସାଙ୍ଗମାନେ ତାଙ୍କୁ ଚିକେନ୍ ଭୋଜି ମାଗିଥିଲେ । ହେଲେ ଭୋଜି ନଦେବାରୁ ତାଙ୍କର ୧୨ଟି ପାରା ମାରିଦେଇଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ସେ ୫ ଜଣ ସାଙ୍ଗଙ୍କ ନାଁରେ ପାରାଦିପ ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି ।