ହଠାତ୍ ସାମ୍ନାକୁ ଆସିଲା ବାଘ… । ମରିଯିବାର ନାଟକ କରି ବିଲରେ ପଡିରହିଲେ ଯୁବକ, ଆଉ ଅଳ୍ପକେ ବଞ୍ଚିଗଲା ଜୀବନ । ଦେଖନ୍ତୁ ସେହି ସମୟର ଦୃଶ୍ୟ ।

1,279

ବାଘ ଏକ ଏପରି ପଶୁ, ଯାହାର ନାଁ ଶୁଣିବା ମାତ୍ରେ ଲୋକମାନେ ଡରରେ ଥରିବାକୁ ଲାଗିଥାନ୍ତି। ଟିକେ ଭାବନ୍ତୁ ତ, ଯଦି ହଠାତ୍ ଆପଣଙ୍କ ସାମ୍ନାକୁ ବାଘ ଆସିଯାଏ, ତେବେ ଆପଣ କ’ଣ କରିବେ ? ନିଶ୍ଚିତ ଭାବେ ସେଠାରୁ ‌ଖସିଯିବା ପାଇଁ ଚେଷ୍ଟା କରିବେ। କିନ୍ତୁ ତାହା ଆପଣଙ୍କ ପାଇଁ ବିପଦଜ୍ଜନକ ‌ହୋଇପାରେ। ପୂର୍ବରୁ ଏଭଳି ଅନେକ ଦୃଶ୍ୟ ସାମ୍ନାକୁ ଆସିଛି, ଯେଉଁଠି ଲୋକେ ଖସିଯିବାକୁ ଚେଷ୍ଟା କରି ମୃତ୍ୟୁ ମୁଖରେ ପଡ଼ିଛନ୍ତି।

ତେବେ ମହାରାଷ୍ଟ୍ରର ଜଣେ ଯୁବକ ଏହାର ଠିକ୍ ଓଲଟା କରିଛନ୍ତି। ବାଘକୁ ଆସିବା ଦେଖି ସେଠାରୁ ଖସିଯିବା ପରିବର୍ତ୍ତେ ମରିବାର ନାଟକ କରି ଯୁବକ ନିଜର ଜୀବନ ବଞ୍ଚାଇ ପାରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ମହାରାଷ୍ଟ୍ରର ଏକ ଗାଁକୁ ହଠାତ୍ ବାଘ ପଶି ଆସିବାରୁ ଗାଁ ଲୋକେ ତାକୁ ଘୋଡ଼ାଇଥିଲେ। ଏତେ ଲୋକଙ୍କୁ ଦେଖି ବାାଘଟି ଏକ ଚାଷ ଜମିକୁ ଚାଲି ଯାଇଥିଲା। ଏହି ସମୟରେ ଜଣେ ଯୁବକ ନିଜ ଚାଷ ଜମିରେ ବସି କାମ କରୁଥିଲେ। ବାଘକୁ ଚାଷ ଜମିକୁ ଆସୁଥିବା ଦେଖି ଯୁବକଜଣଙ୍କ ନିଜକୁ ବଞ୍ଚାଇବାର ଅନ୍ୟ କିଛି ବାଟ ନ ପାଇ ଚାଷ ଜମିରେ ଶୋଇ ପଡ଼ିଥିଲେ। ଏହା ପରେ ବାଘଟି ଯୁବକଙ୍କ ପାଖକୁ ଆସି ତାଙ୍କ ଚାରିପାଖେ ବୁଲିବା ସହ ଯୁବକଙ୍କୁ ମୃତ ବୋଲି ଭାବି ଆଗକୁ ଦୌଡ଼ି ଚାଲିଯାଇଥିଲା। ଯାହା ଦ୍ୱାରା ତାଙ୍କ ଜୀବନ ବଞ୍ଚି ପାରିଥିଲା।