ପଶ୍ଚିମବଙ୍ଗ କୋଚବିହାର ରାଲିରେ ବିଜେପି ନେତା ଅମିତ୍ ଶାହାଙ୍କ ଅଜବ୍ ବୟାନ । ସ୍ଥିତି ଏମତି ହେଲାଣି ଯେ ନିର୍ବାଚନ ପୂର୍ବରୁ ଦିଦି କହିବେ ଜୟ ଶ୍ରୀରାମ

Advertisment
ପଶ୍ଚିମବଙ୍ଗ କୋଚବିହାର ରାଲିରେ ବିଜେପି ନେତା ଅମିତ୍ ଶାହାଙ୍କ ଅଜବ୍ ବୟାନ । ସ୍ଥିତି ଏମତି ହେଲାଣି ଯେ ନିର୍ବାଚନ ପୂର୍ବରୁ ଦିଦି କହିବେ ଜୟ ଶ୍ରୀରାମ

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନଜରରେ ରଖି ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ୍ ଶାହା ଗୁରୁବାର ଦିନ ପରିବର୍ତ୍ତନ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଏନେଇ ରାଜବଂଶୀ ଗଡ ଭାବେ ପରିଚିତ ପଶ୍ଚିମବଙ୍ଗର କୋଚବିହାର ଠାରେ ଏକ ସଭାକୁ ସମ୍ବୋଧିତ କରି ଶ୍ରୀ ଶାହା କହିଛନ୍ତି କି ଏହି ପରିବର୍ତନ ଯାତ୍ରା ହେଉଛି ପଶ୍ଚିମବଙ୍ଗକୁ ସୁନାର ବାଙ୍ଗଲା ଭାବେ ନିର୍ମାଣ କରିବା ପାଇଁ ଉଦ୍ଧିଷ୍ଠ । ଏହା ସହ ଶ୍ରୀ ଶାହା ଦାବି କରିଛନ୍ତି କି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଅନୁପ୍ରବେଶକାରୀଙ୍କୁ ରୋକିବା ପରିବର୍ତ୍ତେ ସେମାନଙ୍କୁ ସ୍ଥାୟୀ ବାସିନ୍ଦା ଭାବେ ରହିବାର ସୁଯୋଗ ସୃଷ୍ଟି କରୁଛନ୍ତି ।

ହେଲେ ବିଜେପିର ଏହି ପରିବର୍ତ୍ତନ ଯାତ୍ରା ମାଧ୍ୟମରେ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ଚେଷ୍ଟା କରୁଛି । ଏହାସହ ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ପଶ୍ଚିମବଙ୍ଗରେ ୨୦୦ ଆସନରେ ବିଜୟୀ ହେବ ବୋଲି ସେ ଦାବି କରିଛନ୍ତି । ସେ କହିଛନ୍ତି କି ମମତା ରାଜ୍ୟକୁ ବିନାଶ ଦିଗରେ ନେଇ ଯାଉଛନ୍ତି । ଏନେଇ ସେ ସଭାରେ ଉପସ୍ଥିତ ଲୋକମାନଙ୍କୁ ଅନୁରୋଧ କରିଥିଲେ କି ତୃଣମୂଳକୁ ୧୦ ବର୍ଷ ସୁଯୋଗ ଦେଲ , ହେଲେ ବିଜେପିକୁ ମାତ୍ର ୫ ବର୍ଷ ସୁଯୋଗ ଦିଅ । ଆମେ ଆପଣଙ୍କୁ ୫ ବର୍ଷରେ ଆପଣଙ୍କ ସୁନାର ବାଙ୍ଗଲ୍। ଫେରାଇଦେବୁ ଓ ରାଜ୍ୟରେ ବେକାର ଯୁବକ ଯୁବତୀ ମାନେ କିଭଳି କର୍ମ ନିଯୁକ୍ତି ପାଇ ପାରିବେ ତାହା ଉପରେ ବିଶେଷ ଫୋକସ କରିବୁ । ଏହାସହ ବିଜେପି ସରକାର ଆସିଲେ ରାଜ୍ୟରେ କୃଷକ ମାନଙ୍କ ଆୟ ଦ୍ୱିଗୁଣିତ କରାଯିବ । ଅନ୍ୟପଟେ ସେ ମମତା ବାନାର୍ଜୀଙ୍କ ଉପରେ ଆରୋପ ଲଗାଇ କହିଛନ୍ତି କି ମମତାଙ୍କ ଗୁଣ୍ଡାଙ୍କ ଉପରେ ଭରସା ନାହିଁ ହେଲେ ଟିଏମସିର ଦଙ୍ଗା ପ୍ରମୁଖଙ୍କୂୁ ବିଜେପିର ବୁଥ୍ ପ୍ରମୁଖ ଟକ୍କର ଦେବାକୁ ପୁରା ପ୍ରସ୍ତୁତ ଥିବା କଥା ସୂଚାଇ ଦେଇଛନ୍ତି ।

ଏହାସହ ବାରମ୍ବାର ଜୟ ଶ୍ରୀରାମ ନାରାକୁ ନେଇ ଉତ୍ତେଜିତ ହେଉଥିବା ମମତାଙ୍କୁ ଚିଡାଇବାକୁ ଯାଇ ଶ୍ରୀ ଶାହା କହିଛନ୍ତି କି ପଶ୍ଚିମବଙ୍ଗରେ ସ୍ଥିତି ଏଭଳି ହେବାକୁ ବସିଲାଣି କି ନିର୍ବାଚନ ପୂର୍ବରୁ ମମତା ଆମ ସାଙ୍ଗରେ ଜୟ ଶ୍ରୀରାମ ନାରା ପକାଇବାକୁ ବାଧ୍ୟ ହେବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe