ମମତା ବାନାର୍ଜୀଙ୍କ ସମର୍ଥନରେ ବାହାରିଲେ କେନ୍ଦ୍ର ବିରୋଧୀ ନେତା ! ଦିଦି ଦେଲେ ଧନ୍ୟବାଦ ।

ମମତା ବାନାର୍ଜୀଙ୍କ ସମର୍ଥନରେ ବାହାରିଲେ କେନ୍ଦ୍ର ବିରୋଧୀ ନେତା ! ଦିଦି ଦେଲେ ଧନ୍ୟବାଦ ।

Hindustan Times

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମର୍ଥନରେ ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ମାୟାବତୀ, ଏସ ପି ମୁଖ୍ୟ ଅଖିଳେଶ ଯାଦବ, କଂଗ୍ରେସ ଏବଂ ଟିଡିପି ସୁପ୍ରିମୋ ଏନ.ଚନ୍ଦ୍ରବାବୁ ନାଇଡୁଙ୍କୁ ବାହାରିଲେ ମାୟାବତୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଅମିତ ଶାହା ଓ ବିଜେପି ନେତାମାନେ ମମତାଙ୍କୁ ଟାର୍ଗେଟ କରୁଛନ୍ତି ଯୋଜନାବଦ୍ଧ ଭାବେ ମମତାଙ୍କୁ ବିରୋଧ କରାଯାଉଛି ବୋଲି ମାୟା କହିଛନ୍ତି ଏହା ଦେଶ ପାଇଁ ବିପଦଜନକ ବୋଲି ମାୟା କହିଛନ୍ତି ସେହିପରି ନିର୍ବାଚନ କମିଶନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ମାୟା ଆଜି ରାତ୍ରି ୧୦ଟାରୁ ନିର୍ବାଚନ ପ୍ରଚାର କରାଯାଇପାରିବ ନାହିଁ ବୋଲି କମିଶନଙ୍କ ନିର୍ଦ୍ଦେଶକୁ ନାପସନ୍ଦ କରିଛନ୍ତି

publive-image

ସେ କହିଛନ୍ତି ଆଜି ମୋଦିଙ୍କର ଦୁଇଟି ରାଲି ରହିଛି ଯଦି ନିଷିଦ୍ଧ କରିବାର ଥିଲା ତେବେ ଆଜି ସକାଳୁ କାହିଁକି କରାଗଲା ନାହିଁ ବୋଲି ମାୟା ପ୍ରଶ୍ନ କରିଛନ୍ତି ଆଉ ନିର୍ବାଚନ କମିଶନ ଚାପରେ ପଡି ଏଭଳି ନିଷ୍ପତି ନେଉଥିବାର ଆରୋପ ଲଗାଇଛନ୍ତି ତାଙ୍କୁ ସମର୍ଥନ କରିଥିବାରୁ ମମତା ବିଏସପି ମୁଖ୍ୟ ମାୟାବତୀ, ଅଖିଳେଶ ଯାଦବ, କଂଗ୍ରେସ, ଏନ.ଚନ୍ଦ୍ରବାବୁ ନାଇଡୁଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏଠାରେ ସୂଚନାଥାଉ କି ପଶ୍ଚିମବଙ୍ଗରେ ଅମିତ ଶାହଙ୍କ ରୋଡ଼ ସୋ ବେଳେ ହିଂସାକାଣ୍ଡକୁ ନେଇ ନିର୍ବାଚନ କମିଶନ କଠୋର ପଦକ୍ଷେପ ନେଇଛନ୍ତି ୩୨୪ ଧାରା ଲାଗୁ କରି ଆଜି ରାତି ୧୦ଟାରୁ ନିର୍ବାଚନ ପ୍ରଚାର କରିହେବ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରିଥିଲେ ଏହାକୁ ନେଇ ମମତା ମଧ୍ୟ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରିଥିଲେ  ଏହା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଓ ଅପ୍ରତ୍ୟାଶିତ ବୋଲି ମମତା କହିଥିଲେ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe