ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମର୍ଥନରେ ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ମାୟାବତୀ, ଏସ ପି ମୁଖ୍ୟ ଅଖିଳେଶ ଯାଦବ, କଂଗ୍ରେସ ଏବଂ ଟିଡିପି ସୁପ୍ରିମୋ ଏନ.ଚନ୍ଦ୍ରବାବୁ ନାଇଡୁଙ୍କୁ ବାହାରିଲେ । ମାୟାବତୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଅମିତ ଶାହା ଓ ବିଜେପି ନେତାମାନେ ମମତାଙ୍କୁ ଟାର୍ଗେଟ କରୁଛନ୍ତି । ଯୋଜନାବଦ୍ଧ ଭାବେ ମମତାଙ୍କୁ ବିରୋଧ କରାଯାଉଛି ବୋଲି ମାୟା କହିଛନ୍ତି । ଏହା ଦେଶ ପାଇଁ ବିପଦଜନକ ବୋଲି ମାୟା କହିଛନ୍ତି । ସେହିପରି ନିର୍ବାଚନ କମିଶନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ମାୟା ଆଜି ରାତ୍ରି ୧୦ଟାରୁ ନିର୍ବାଚନ ପ୍ରଚାର କରାଯାଇପାରିବ ନାହିଁ ବୋଲି କମିଶନଙ୍କ ନିର୍ଦ୍ଦେଶକୁ ନାପସନ୍ଦ କରିଛନ୍ତି ।
ସେ କହିଛନ୍ତି ଆଜି ମୋଦିଙ୍କର ଦୁଇଟି ରାଲି ରହିଛି ଯଦି ନିଷିଦ୍ଧ କରିବାର ଥିଲା ତେବେ ଆଜି ସକାଳୁ କାହିଁକି କରାଗଲା ନାହିଁ ବୋଲି ମାୟା ପ୍ରଶ୍ନ କରିଛନ୍ତି । ଆଉ ନିର୍ବାଚନ କମିଶନ ଚାପରେ ପଡି ଏଭଳି ନିଷ୍ପତି ନେଉଥିବାର ଆରୋପ ଲଗାଇଛନ୍ତି । ତାଙ୍କୁ ସମର୍ଥନ କରିଥିବାରୁ ମମତା ବିଏସପି ମୁଖ୍ୟ ମାୟାବତୀ, ଅଖିଳେଶ ଯାଦବ, କଂଗ୍ରେସ, ଏନ.ଚନ୍ଦ୍ରବାବୁ ନାଇଡୁଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ଏଠାରେ ସୂଚନାଥାଉ କି ପଶ୍ଚିମବଙ୍ଗରେ ଅମିତ ଶାହଙ୍କ ରୋଡ଼ ସୋ ବେଳେ ହିଂସାକାଣ୍ଡକୁ ନେଇ ନିର୍ବାଚନ କମିଶନ କଠୋର ପଦକ୍ଷେପ ନେଇଛନ୍ତି । ୩୨୪ ଧାରା ଲାଗୁ କରି ଆଜି ରାତି ୧୦ଟାରୁ ନିର୍ବାଚନ ପ୍ରଚାର କରିହେବ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରିଥିଲେ । ଏହାକୁ ନେଇ ମମତା ମଧ୍ୟ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରିଥିଲେ । ଏହା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଓ ଅପ୍ରତ୍ୟାଶିତ ବୋଲି ମମତା କହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/05/mamata-banerjee-in-bankura_40d0bdb4-fc22-11e8-9457-b1b429387a4e.jpg)
/kanak/media/post_attachments/wp-content/uploads/2019/05/dc-Cover-k6ev3g6jnibmboddka356bh732-20180324195102.Medi_-300x168.jpeg)