କନକ ବ୍ୟୁରୋ: ପଶ୍ଚିମବଙ୍ଗ ନନ୍ଦିଗ୍ରାମରେ ଚାଲିଛି ସବୁଠାରୁ ବଡ ଲଢେଇ । ଏଠାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ କଡା ଟକ୍କର ଚାଲିଛି । ଆଜି ଦିନରେ ମତଦାନ ଚାଲିଥିବାବେଳେ ବୁଥ ଦେଖିବାକୁ ଯାଇଥିଲେ ମମତା । ଏଠାରେ ସେ ଅଭିଯୋଗ କରିଥିଲେ, ବାହାର ଲୋକ ସ୍ଥାନୀୟ ଲୋକଙ୍କୁ ଭୋଟଦେବାକୁ ଦେଉନାହାନ୍ତି । ଏଠାରେ ଠିକ ଢଙ୍ଗରେ ମତଦାନ ହେଉନାହିଁ । ବାହାର ରାଜ୍ୟର ଲୋକଙ୍କୁ ଗୁଣ୍ଡା ପଠାଇଛି ବିଜେପି ବୋଲି ସେ ଅଭିଯୋଗ କରିଥିଲେ । ଏପରିକି ଗୋଟିଏ ବୁଥରେ ସେ ଅନେକ ସମୟ ଧରି ବସିରହିଥିଲେ । ଏହାପରେ ସେ ସିଧା ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଫୋନ କରିଥିଲେ । ଏହାପରେ ପଶ୍ଚିମବଙ୍ଗ ରାଜ୍ୟପାଳ ଟ୍ୱିଟ କରି କାର୍ଯ୍ୟାନୁଷ୍ଠାନ ପାଇଁ ଭରସା ଦେଇଥିଲେ ।
ନନ୍ଦିଗ୍ରାମର ଏକ ବୁଥକୁ ଜଗି ରହିଲେ ମମତା । ରାଜ୍ୟପାଳଙ୍କୁ ଫୋନ କରି କହିଲେ, ଭୋଟ ଦେବାକୁ ସ୍ଥାନୀୟ ଲୋକଙ୍କୁ ମିଳୁନି ଅନୁମତି ।
Advertisment
Follow Us