ନନ୍ଦିଗ୍ରାମର ଏକ ବୁଥକୁ ଜଗି ରହିଲେ ମମତା । ରାଜ୍ୟପାଳଙ୍କୁ ଫୋନ କରି କହିଲେ, ଭୋଟ ଦେବାକୁ ସ୍ଥାନୀୟ ଲୋକଙ୍କୁ ମିଳୁନି ଅନୁମତି ।

208

କନକ ବ୍ୟୁରୋ: ପଶ୍ଚିମବଙ୍ଗ ନନ୍ଦିଗ୍ରାମରେ ଚାଲିଛି  ସବୁଠାରୁ ବଡ ଲଢେଇ । ଏଠାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ  ମମତା ବାନାର୍ଜୀ ଓ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ କଡା ଟକ୍କର ଚାଲିଛି ।  ଆଜି ଦିନରେ ମତଦାନ ଚାଲିଥିବାବେଳେ ବୁଥ ଦେଖିବାକୁ ଯାଇଥିଲେ  ମମତା ।  ଏଠାରେ ସେ ଅଭିଯୋଗ କରିଥିଲେ, ବାହାର ଲୋକ ସ୍ଥାନୀୟ ଲୋକଙ୍କୁ ଭୋଟଦେବାକୁ ଦେଉନାହାନ୍ତି । ଏଠାରେ ଠିକ ଢଙ୍ଗରେ ମତଦାନ ହେଉନାହିଁ ।  ବାହାର ରାଜ୍ୟର ଲୋକଙ୍କୁ ଗୁଣ୍ଡା ପଠାଇଛି ବିଜେପି ବୋଲି ସେ ଅଭିଯୋଗ କରିଥିଲେ । ଏପରିକି ଗୋଟିଏ ବୁଥରେ ସେ ଅନେକ ସମୟ ଧରି ବସିରହିଥିଲେ । ଏହାପରେ ସେ ସିଧା ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଫୋନ କରିଥିଲେ ।  ଏହାପରେ ପଶ୍ଚିମବଙ୍ଗ ରାଜ୍ୟପାଳ ଟ୍ୱିଟ କରି କାର୍ଯ୍ୟାନୁଷ୍ଠାନ ପାଇଁ ଭରସା ଦେଇଥିଲେ ।

ଅନ୍ୟପଟେ ଆଜି ଦିନରେ ଶୁଭେନ୍ଦୁଙ୍କ ଗାଡ଼ି ଉପରକୁ ପଥର ମାଡ଼ ହୋଇଥିବା ଜଣାପଡ଼ିଛି । ତେବେ ଏଥିରେ ଶୁଭେନ୍ଦୁ ଅଧିକାରୀଙ୍କ ଗାଡିର କିଛି କ୍ଷତି ହୋଇନାହିଁ । ଶୁଭେନ୍ଦୁ ଅଧିକାରୀଙ୍କ ପଛରେ କଭରେଜ ପାଇଁ ଯାଉଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ଗାଡି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ରାଣୀଛକ ଓ ଦାରୁଲ ମଦ୍ରାସା ନିକଟରେ ଶୁଭେନ୍ଦୁ ଅଧିକାରୀଙ୍କ ଗାଡି ଉପରେ ପଥର ମାଡ ହୋଇଥିବା ଜଣାପଡିଛି । ଏହାପଛରେ ଟିଏମସିରି ହାତ ରହିଛି ବୋଲି ଶୁଭେନ୍ଦୁ ଅଧିକାରୀ କହିଛନ୍ତି ।