କନକ ବ୍ୟୁରୋ: ପଶ୍ଚିମବଙ୍ଗ ନନ୍ଦୀଗ୍ରାମରେ ଚାଲିଛି ମହାଲଢେଇ । ଯେଉଁଥିରେ ମମତା ବନାମ ଶାହା ଲଢେଇ ଦେଖିବାକୁ ମିଳିଛି । ନନ୍ଦୀଗ୍ରାମରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଅର୍ଥାତ ଏପ୍ରିଲ ୧ ତାରିଖରେ ପଡିବ ଭୋଟ୍ । ଏଥିପାଇଁ ଆଜି ପ୍ରଚାର ଶେଷ ହେଉଥିବାବେଳେ, ଶେଷ ମୁହୂର୍ତରେ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ପ୍ରୟାସ ଚଳାଇଛନ୍ତି ଦୁଇ ପ୍ରମୁଖ ଦଳ ।
ତେବେ ତୃତୀୟ ଥର କ୍ଷମତାରେ ରହିବାକୁ ସବୁ ବଳ ଲଗାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅନ୍ୟ ପକ୍ଷରେ ୨୦୧୯ ଲୋକସଭା ନିର୍ବାଚନରେ ବିପୁଳ ସଫଳତା ପରେ ପଶ୍ଚିମବଙ୍ଗ ଦଖଲ ପାଇଁ ରଣନୀତି ବନାଇଛି ବିଜେପି । ଏଥିପାଇଁ ଦିନେ ମମତାଙ୍କ ଏକାନ୍ତ ଅନୁଗତ ଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ନିଜ ପଟକୁ ଆଣି ସେହି ମମତାଙ୍କ ବିରୋଧରେ ଛିଡା କରିଛି ।
ଅନ୍ୟପଟେ ନିଜ ପାରମ୍ପରିକ ଆସନ ଭବାନୀପୁର ଛାଡି ଏଥର ନନ୍ଦୀଗ୍ରାମରେ ମୈଦାନକୁ ଓହ୍ଲାଇଛନ୍ତି ମମତା । ଏପରି ରଣନୀତି ପଛରେ ମମତାଙ୍କ ବିଜେପିକୁ ସିଧାସଳଖ ଚ୍ୟାଲେଞ୍ଜ ଦେବାର ଏକ ଚାଲ ରହିଥିବା କୁହାଯାଉଛି । ତେବେ ଆଗାମୀ ୧ ତାରିଖରେ ମତଦାନ ପରେ ଆହୁରି ୬ଟି ପର୍ଯ୍ୟାୟ ମତଦାନ ରହିଛି । ମେ ୨ ତାରିଖରେ ମତଗଣନା ପରେ ଜଣାପଡିବ ପଶ୍ଚିମବଙ୍ଗରେ କାହା ସପକ୍ଷରେ ରହିଛି ଜନମତ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/31-17.jpg)