ବଙ୍ଗାଳୀ ଅଭିନେତ୍ରୀ ତଥା ଲୋକସଭା ନିର୍ବାଚନରେ ବିଜୟ ଲାଭ କରିଥିବା ମହିଳା ସାଂସଦ ନୁସରତ୍ ଜହାଁ ଗତମାସରେ ତୁର୍କୀରେ ନିଜ ପୁରୁଷବନ୍ଧୁ ନିଖିଲ୍ ଜୈନଙ୍କ ସହ ବିବାହ କରିଥିଲେ । ଆଜି ନୁସରତ୍ କୋଲକାତାରେ ବିବାହର ଗ୍ରାଣ୍ଡ ରିସେପ୍ସନ୍ ଦେବାକୁ ଯାଉଛନ୍ତି । ଏହି ରିସେପ୍ସନ୍ ରେ ସିନେ ଇଣ୍ଡଷ୍ଟ୍ରି , ପଲିଟିକ୍ସ ଏବଂ ବ୍ୟବସାୟ ଇଣ୍ଡଷ୍ଟ୍ରିର ନାମୀଦାମୀ ଲୋକ ଯୋଗ ଦେବେ ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଆଇଟିସି ରୟାଲରେ ହେଉଥିବା ଏହି ରିସେପ୍ସନ୍ ରେ ଯୋଗ ଦେବେ । ସୋସିଆଲ୍ ମିଡିଆରେ ଏବେ ମମତା ଏବଂ ନୁସରତ୍ ଙ୍କ ବିବାହ ଭୋଜି ସମୟର ଏକ ଫଟୋ ଦେଖିବାକୁ ମିଳୁଛି ଯେଉଁଥିରେ ମିମି ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଦେଖିବାକୁ ମିଳୁଛି । ରିସେପ୍ସନ୍ ମେନ୍ୟୁରେ ଉଭୟ ଆମିଶ ଏବଂ ନିରାମିଶ ଭୋଜନ ପରଷାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/07/nusrat_0-770x433.jpeg)
/kanak/media/post_attachments/wp-content/uploads/2019/07/jahan_dF4qc7Y-300x225.jpg)