କନକ ବ୍ୟୁରୋ : ଗୋଆ ଗସ୍ତରେ ଯାଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ଉପରେ ବର୍ଷିଛନ୍ତି । ଏହାସହ ଗୋଆରେ ନିଜ ଦଳର ନାଁର ପରିଭାଷାକୁ ନୂଆ ରୂପରେ ଉପସ୍ଥାପନ କରିଛନ୍ତି । ଗୋଆରେ ଏକ ଜନସଭାରେ ମମତା କହିଛନ୍ତି, ଟିମଏସିର ମାନେ ହେଉଛି ମନ୍ଦିର, ମସଜିଦ୍ ଓ ଚର୍ଚ୍ଚ । ଆଉ ଟିଏମସି ହେଉଛି ବିଜେପିର ବିକଳ୍ପ । ଏହାସହ ମମତା କହିଛନ୍ତି, ନିର୍ବାଚନ ଆସିଲେ ବିଜେପି ଗଙ୍ଗାରେ ବୁଡ ପକାଏ, ନିର୍ବାଚନ ସରିଲେ ଗଙ୍ଗାରେ ଶବ ପକାଇବା ସହ ଗଙ୍ଗା ନଦୀକୁ ଭୁଲି ଯାଆନ୍ତି ।
This is the true meaning of Hindustan! We are united. We are all children of Bharat Mata.
I will NEVER let @BJP4India's divisive forces break us apart. This is my promise. pic.twitter.com/ah6i8aFg3u
— Mamata Banerjee (@MamataOfficial) December 13, 2021
ଏହାସହ ମମତା କହିଛନ୍ତି, ଦିଲ୍ଲୀର ଦାଦାଗିରି ଦେଶର ଅନ୍ୟ କେଉଁଠି ଚଳିବନି । କୌରବ ନିଶ୍ଚିହ୍ନ ହୋଇଯାଆନ୍ତୁ ଏକଥା ପ୍ରଭୁ ଶ୍ରୀକୃଷ୍ଣ ଚାହୁଁଥିଲେ । ଠିକ୍ ସେହିଭଳି ଆମେ ଚାହୁଁଛୁ ଗୋଆରେ ବିଜେପି ନିଶ୍ଚିହ୍ନ ହେଉ । ଆଉ ଏଥିପାଇଁ ସମସ୍ତଙ୍କୁ ଏକାଠି ହେବାକୁ ପଡିବ । ମୁଁ ଏକ ବ୍ରାହ୍ମଣ ପରିବାରରୁ ଆସିଛି । ତେଣୁ ବିଜେପି ଠାରୁ ଜାତିଗତ ପ୍ରମାଣପତ୍ରର ଆବଶ୍ୟକତା ନାହିଁ ।
ଗତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ଧାର୍ମିକ ଏକତା ରାଜନୀତି ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି ମମତା ବାନାର୍ଜୀ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ମଧ୍ୟ ନିଜକୁ ଓ ନିଜ ଦଳକୁ ବାରମ୍ବାର ଧର୍ମନିରପେକ୍ଷ ଦଳ ବୋଲି ଦର୍ଶାଇଛନ୍ତି । ଯେଉଁଥିପାଇଁ ବିଭିନ୍ନ ମନ୍ଦିରରେ ପୂଜାପାଠ କରିବା ସହ ସାଧାରଣ ସଭାରେ ଶ୍ଲୋକ କହିଥିଲେ ମମତା । କାରଣ ନିର୍ବାଚନ ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ମମତା ତୁଷ୍ଟୀକରଣ କରୁଥିବା ନେଇ ଅଭିଯୋଗ କରୁଥିଲେ ପ୍ରତିଦ୍ୱନ୍ଦ୍ୱୀ । କିନ୍ତୁ ନିର୍ବାଚନ ପ୍ରଚାର ସମୟରେ ଏହାକୁ ଭୁଲ ପ୍ରମାଣିତ କରିଥିଲେ ମମତା ।