ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକକୁ ନେଇ ମମତା ବାନାର୍ଜୀ ଉଠାଇଲେ ପ୍ରଶ୍ନ ! ସରକାରଙ୍କୁ କହିଲେ ପ୍ରମାଣ ଦିଅ ।

760

ପାକିସ୍ତାନ ସ୍ଥିତ ଆତଙ୍କବାଦୀ ଠିକଣାରେ ଭାରତୀୟ ବାୟୁସେନା ତରଫରୁ ୪ ଦିନ ପୂର୍ବେ ଯେଉଁ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା ଉକ୍ତ ଘଟଣାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଶ୍ନ ଉଠାଇଛନ୍ତି । ମମତା ବାନାର୍ଜୀ ସରକାରଙ୍କୁ ଏୟାର ଷ୍ଟ୍ରାଇକର ସମ୍ପୁର୍ଣ୍ଣ ବିବରଣୀ ମାଗିଛନ୍ତି । ଗୁରୁବାର ସେ କହିଥିଲେ ଏୟାର ଷ୍ଟ୍ରାଇକ ପରେ ପ୍ରଧାନମନ୍ତ୍ରୀ ମୋଦି କୌଣସି ପ୍ରକାର ପାର୍ଟି ବୈଠକ ଡକାଇନଥିଲେ । ସେ ମଧ୍ୟ ବାୟୁସେନା ଅପରେସନ୍ ର ସମ୍ପୁର୍ଣ୍ଣ ବିବରଣୀ ଜାଣିବାକୁ ଚାହାନ୍ତି । କେଉଁ କେଉଁ ସ୍ଥାନରେ ବୋମା ପଡିଥିଲା ଏବଂ କେତେ ଜଣ ଲୋକ ଏଥିରେ ମରିଥିଲେ ସେ ସବୁ ଜାଣିବାକୁ ଚାହାଁନ୍ତି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ।

ମମତା ବାନାର୍ଜୀ ବିଦେଶୀ ମିଡିଆର ରିପୋର୍ଟର କଥା କହି କହିଥିଲେ ସେ କିଛି ବିଦେଶୀ ମିଡିଆ ରିପୋର୍ଟ ପଢିଛନ୍ତି । କିଛି ରିପୋର୍ଟରେ କୁହାଯାଇଛି ଯେ ଏହି ଏୟାର ଷ୍ଟ୍ରାଇକରେ କାହାର ମଧ୍ୟ ଜୀବନ ଯାଇନାହିଁ ଏବଂ ଆଉ କିଛି ରିପୋର୍ଟରେ ଜଣେ ଜୀବନ ହରାଇଥିବା କୁହାଯାଉଛି । ମମତା କହିଛନ୍ତି ଯେ ସେ ଏହି ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଜାଣିବାକୁ ଚାହୁଁଛନ୍ତି । ଭାରତୀୟ ବାୟୁସେନା ତରଫରୁ ଫେବୃୟାରୀ ୨୬ ତାରିଖ ଭୋର ୩.୪୫ ସମୟରେ ପାକିସ୍ତାନ ଆତଙ୍କବାଦୀ ଅଜହର ମସୁଦର କ୍ୟାମ୍ପ ଉପରେ ହୋଇଥିବା ଆକ୍ରମଣରେ ୨୦୦ ହଭ ୩୦୦ ଆତଙ୍କବାଦୀ ମରିଥିବାର ସ୍ପଷ୍ଟୀକରଣ କରାଗଲା । ତେବେ ବର୍ତ୍ତମା ମମତା ବାନାର୍ଜୀ ଏହି ସ୍ପଷ୍ଟୀକରଣକୁ ନମାନି ସରକାରଙ୍କୁ ଏହି ଆକ୍ରମଣର ସମ୍ପୁର୍ଣ୍ଣ ବିବରଣୀ ମାଗିଛନ୍ତି ।