ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ୧ ଘଂଟା ଧରି କେଉଁ ପ୍ରସଙ୍ଗରେ ହେଲା ଆଲୋଚନା

763

କନକ ବ୍ୟୁରୋ : ମମତା ବାନାର୍ଜୀଙ୍କ ସରକାରରେ ମନ୍ତ୍ରୀଥିବା ପାର୍ଥ ଚାଟାର୍ଜୀଙ୍କ ଉପରେ ଇଡିର କାର୍ଯ୍ୟାନୁଷ୍ଠାନ ଜାରି ରହିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଭେଟିଛନ୍ତି । ୧ ଘଂଟା ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା କଥା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସାରା ଦେଶର ଲୋକ ଜାଣିବାକୁ ଉତ୍ସୁକତା ଦେଖାଇଛନ୍ତି କି କେଉଁ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହେଲା ।

କୁହାଯାଉଛି କି ଆଜିର ଏହି ଭେଟ ବେଳେ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କ ସହ ଜିଏସଟି ବକେୟା ବାବଦରେ ଆଲୋଚନା କରିବା ସହ ଅନ୍ୟ କିଛି ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଅନ୍ୟପଟେ ମମତା ବାନାର୍ଜର ଚଳିତମାସ ୭ ତାରିଖରେ ନିତୀ ଅୟୋଗର ବୈଠକରେ ଯୋଗଦେବେ ବୋଲି ଜଣାପଡିଛି । ଏହି ବୈଠକରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବୈଠକରେ କୃଷି, ସ୍ୱାସ୍ଥ୍ୟ ଓ ଅର୍ଥ ବ୍ୟବସ୍ଥା ସହିତ ଜଡିତ କିଛି ପ୍ରସଙ୍ଗରେ ଆଲୋଚନା ହେବ ।

 

ସେପଟେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ମମତା ବାନାର୍ଜୀ ଦିଲ୍ଲୀରେ ଦଳୀୟ ସାଂସଦଙ୍କୁ ଭେଟିଥିଲେ । ଏହି ଭେଟରେ ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ନେଇ ଚର୍ଚ୍ଚା ହୋଇଥିଲା । ସେପଟେ ଆଜି ମମତା ବାନାର୍ଜୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ।