ମୋଦିଙ୍କୁ କାଳିଦାସଙ୍କ ସହ ତୁଳନା କଲେ ମମତା ! କହିଲେ ଯେଉଁ ଡାଳରେ ବସୁଛନ୍ତି ସେହି ଡାଳକୁ କାଟୁଛନ୍ତି ମୋଦି ।

248

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଛ କହୁଥିବାର ଅଭିଯୋଗ ଲଗାଇ ତାଙ୍କ ତୁଳନା କାଳିଦାସଙ୍କ ସହ ତୁଳନା କରିଛନ୍ତି । ସଂସ୍କୃତର ମହାନ ଲେଖକ ହେବା ପୂର୍ବରୁ କାଳିଦାସଙ୍କୁ ମୁର୍ଖ ବୋଲି କୁହାଯାଉଥିଲା । ପଶ୍ଚିମବଙ୍ଗର ହୁଗୁଳୀର ଏକ ଜନସଭାରେ ମମତା କହିଥିଲେ,ଆପଣ ସବୁ କାଳିଦାସଙ୍କ କାହାଣୀ ବିଷୟରେ ଜାଣିଥିବେ । ସେ ଗଛର ଯେଉଁ ଡାଳରେ ବସୁଥିଲେ ସେହି ଡାଳକୁ ହିଁ କାଟୁଥିଲେ । ନରେନ୍ଦ୍ର ମୋଦି ମଧ୍ୟ ସେହି ଡାଳକୁ କାଟୁଛନ୍ତି ଏବଂ ଦେଶ,ରାଜ୍ୟ ଏବଂ ଲୋକଙ୍କୁ ମଧ୍ୟ ବାଣ୍ଟିବାର କାମ କରୁଛନ୍ତି ।

ମମତା ବାନାର୍ଜୀ କହିଥିଲେ ଯଦି ପ୍ରଧାନମନ୍ତ୍ରୀ ଏଠାକୁ ଆସି କହୁଛନ୍ତି କି ଆମେ ଲୋକଙ୍କୁ ମାରି ଝୁଲାଇ ଦେଲୁ । ଏହା ଅଧିକ କିଛି ନାହିଁ ଲୋକଙ୍କୁ କେବଳ ଉସୁକାଇବା ପାଇଁ କୁହାଯାଉଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କିଛି ଲୋକ ଦୁଃଖ କାରଣରୁ ଆତ୍ମହତ୍ୟା କରିଥାନ୍ତି । ସେ କହୁଛନ୍ତି ଯେ ଆମେ ତାଙ୍କ କାର୍ଯ୍ୟକର୍ତ୍ତାଙ୍କୁ ମାରିଛୁ , କିନ୍ତୁ ପୋଷ୍ଟମର୍ଟମ୍ ରିପୋର୍ଟରେ ଆତ୍ମହତ୍ୟାର ମାମଲା ସାମ୍ନାକୁ ଆସୁଛି ।