ମମିତାଙ୍କ ମୋବାଇଲ ପୋଡି ଦିଆଯାଇଛି, ପ୍ରମାଣ ନଷ୍ଟ କରିଛି ଗୋବିନ୍ଦ : ସୂଚନା ଦେଲେ ଉତ୍ତରାଞ୍ଚଳ ଡିଆଇଜି

211

କନକ ବ୍ୟୁରୋ: ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲା ନେଇ ପୁଣି ନୂଆ ତଥ୍ୟ ସାମ୍ନାକୁ ଆସିଛି । ମମିତାଙ୍କ ମୋବାଇଲ ପୋଡି ଦିଆଯାଇଛି । ମୋବାଇଲ ପୋଡି ପ୍ରମାଣ ନଷ୍ଟ କରାଯାଇଛି । ଅନେକ ତଥ୍ୟ ପୋଡି ନଷ୍ଟ ହୋଇଯାଇଛି । ପ୍ରମାଣ ନଷ୍ଟ କରିଛି ଅଭିଯୁକ୍ତ ଗୋବିନ୍ଦ । ଏନେଇ ସୂଚନା ଦେଇଛନ୍ତି ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ।

ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଗୋବିନ୍ଦ ସାହୁ ଅନେକ ତଥ୍ୟ ଓ ପ୍ରମାଣ ପୋଡି ନଷ୍ଟ କରି ଦେଇଛନ୍ତି । ଆଜି ଡିଆଇଜି ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି । ଡିଆଇଜି ଦୀପକୁ କୁମାର କହିଛନ୍ତି, ଏବେ ମମିତା ନିଖୋଜ ଏବଂ ହତ୍ୟା ମାମଲାର ତଦନ୍ତ ଚାଲିଛି ଏବଂ ଅଧିକ ପ୍ରମାଣ ସଂଗ୍ରହ ପାଇଁ ଉଦ୍ୟମ କରାଯାଉଛି । ତେବେ ସେକ୍ସ ରାକେଟ ପ୍ରସଙ୍ଗକୁ କିନ୍ତୁ ଏଡାଇ ଦେଇଛନ୍ତି ଉତରାଚଂଳ ଡିଆଇଜି ଦୀପକ କୁମାର ।

ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେପଟେ କିନ୍ତୁ ଏହି ଘଟଣା ନେଇ ରାଜନୈତିକ ତାତି ଜୋର ଧରିଛି । ବିରୋଧୀ ଦଳ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଇସ୍ତଫା ଦେବାକୁ ଦାବି କରିଛନ୍ତି ।