ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମିତାଙ୍କ ବାପା । ପରିବାରର ଗୋପନୀୟତାକୁ ରକ୍ଷା କରିବାକୁ କଲେ ଆବେଦନ

77

କନକ ବ୍ୟୁରୋ: ମମିତା ମେହେରଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମିଡିଆରେ ଯେଉଁଭଳି ରିପୋର୍ଟ ତାଙ୍କ ଝିଅର ହତ୍ୟା ଘଟଣାକୁ ନେଇ ଆସୁଛି ତାହା ଅତିରଞ୍ଜିତ ହେଉଛି । ମିଡିଆ ଏବଂ ରାଜନୈତିକ ଦଳ ମିଶି ମମିତାଙ୍କ ଚରିତ୍ର ସଂହାର କରୁଛନ୍ତି । ଏଭଳି ଖବର ପରିବେଷଣ ଦ୍ୱାରା ପରିବାରର ମାନହାନୀ ଓ ସ୍ଥିତିକୁ କେହି ବୁଝୁନାହାନ୍ତି ବୋଲି ମମିତାଙ୍କ ବାପା କହିଛନ୍ତି । ଅନ୍ୟପଟେ ଗୋବିନ୍ଦ ସାହୁ ଅପରାଧ ସ୍ୱୀକାର କରିଥିବା ଆମ ନଜରକୁ ଆସିଛି । ତାଙ୍କ ପରିବାରର ଗୋପନୀୟତା ଅଧିକାରକୁ ରକ୍ଷା କରାଯାଉ ଏବଂ ଏହି ହତ୍ୟା ଘଟଣାରେ ଅଭିଯୁକ୍ତ ଗୋବିନ୍ଦ ସାହୁ ଅପରାଧକ୍ରମ ବର୍ଣ୍ଣନା କରିଛି । ମମିତାଙ୍କ ବିଷୟରେ ଅତି ଖରାପ କଥା ମିଡିଆରେ ପ୍ରଘଟ ହେଉଛି ବୋଲି ନିଜ ଆବେଦନରେ ଉଲ୍ଲେଖ କରିଛନ୍ତି ମମିତାଙ୍କ ବାପା । ରାଜନୈତିକ ଦଳମାନେ ଏହାକୁ ରାଜନୈତିକ ପ୍ରସଙ୍ଗ କରୁଛନ୍ତି । ତଦନ୍ତ ସରିନଥିବାରୁ ଚାଞ୍ଚଲ୍ୟକର ମିଡିଆ ରିପୋର୍ଟ ତାଙ୍କ ପରିବାରର ସମ୍ମାନହାନୀ କରୁଛି ବୋଲି ମମିତାଙ୍କ ବାପା ହାଇକୋର୍ଟରେ କହିଛନ୍ତି ।