କନକ ବ୍ୟୁରୋ: ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମମିତା ମେହେର ମୃତ୍ୟୁ ଘଟଣାରେ ଏବେ ସମ୍ପୃକ୍ତ କଲେଜରେ ପହଞ୍ଚିଛି ପ୍ରଶାସନ । ସ୍ଥାନୀୟ ତହସିଲଦାର ସର୍ବେଶ୍ୱର ଜାଲ ଓ ବିଡିଓ ସ୍ନିଗ୍ଧାରାଣୀ ପ୍ରଧାନ କଲେଜରେ ପହଞ୍ଚିଛନ୍ତି । କଲେଜକୁ କେଉଁଠୁ ଅର୍ଥ ଆସୁଥିଲା ସେନେଇ ଏବେ ଯାଞ୍ଚ ଚାଲିଛି । ତା ସହିତ କଲେଜର ସମସ୍ତ କାଗଜପତ୍ରକୁ ମଧ୍ୟ ପ୍ରଶାସନ ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ ଯେ, ମମିତା ମେହେର ମୃତ୍ୟୁକାଣ୍ଡ ଘଟଣାରେ ଏବେ ରହସ୍ୟ ଖୋଲିବାରେ ଲାଗିଛି । କଲେଜର ମାଲିକ ଗୋବିନ୍ଦ ସାହୁ ହିଁ ମମିତାଙ୍କୁ ହତ୍ୟା କରିଥିଲା ବୋଲି ସ୍ପଷ୍ଟ ହୋଇଛି । ତେବେ ଏହା ପଛରେ ପରକୀୟା ପ୍ରୀତି ହିଁ ମୁଖ୍ୟ କାରଣ ଥିଲା ବୋଲି କୁହାଯାଉଛି । ଯାହା ଫଳରେ ମମିତାଙ୍କ ତଣ୍ଟିଚିପି ଗୋବିନ୍ଦ ତାଙ୍କୁ ହତ୍ୟା କରିଥିଲା । ହେଲେ ଏହି ଘଟଣାକୁ ନେଇ ଏବେ ବିରୋଧୀମାନେ ଶାସକ ଦଳକୁ ଟାର୍ଗେଟ କରିବାରେ ଲାଗିଛନ୍ତି । ବିଶେଷକରି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଏହି ଘଟଣାରେ ସମ୍ପୃକ୍ତି ନେଇ ବିରୋଧୀମାନେ ଶାସକ ଦଳକୁ ଘେରିବାରେ ଲାଗିଛନ୍ତି । ତୁରନ୍ତ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦିଅନ୍ତୁ । ଏହି ଘଟଣାର ସିବିଆଇ ଦ୍ୱାରା ତଦନ୍ତ ହେଉ ବୋଲି ବିଜେପି ଦାବି କରିଆସୁଛି । ଆଉ ଏହାରି ଭିତରେ କଲେଜରେ ପ୍ରଶାସନର ଏହି ଯାଞ୍ଚ ଏହି ଘଟଣାକୁ ନୂଆ ଦିଗ ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/10/22-24.jpg)