କନକ ବ୍ୟୁରୋ : ମମିତା ମେହେର ହତ୍ୟା ମାମଲାରେ ମହିଳା କମିଶନଙ୍କ ତନାଘନା ଆରମ୍ଭ ହୋଇଛି । ମମିତା ମେହେରଙ୍କ ଘରେ ପହଂଚିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା । ତୁରେକେଲା ଝରଣୀ ଗାଁକୁ ଯାଇ ମମିତାଙ୍କ ପରିବାର ସହ ଆଲୋଚନା କରିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ।
ମିନତି ବେହେରାଙ୍କ ସମେତ ୪ଜଣିଆ ଟିମ୍ ମଧ୍ୟ ମମିତାଙ୍କ ପରିବାର ସହ ଆଲୋଚନା କରିଛନ୍ତି । ପୁରା ଘଟଣା ଜାଣିବାକୁ ଚାହିଁଛନ୍ତି ମହିଳା କମିଶନ । ଏପରିକି ପୋଲିସର ତଦନ୍ତ ଠିକ୍ ଦିଗରେ ଯାଉଛି ନା ନାହିଁ ଏବଂ ପରିବାର ଲୋକ ଏଥିରେ କେତେ ସନ୍ତୁଷ୍ଟ ସେନେଇ ପଚାରି ବୁଝିଛନ୍ତି । ମମିତାଙ୍କ ବାପା ମା’ଙ୍କୁ ଭେଟି ସମବେଦନା ଜଣାଇବା ସହ ନ୍ୟାୟ ପ୍ରଦାନରେ ସରକାର ସମସ୍ତ ସହଯୋଗ ପ୍ରଦାନ କରିବେ ବୋଲି ଆଶ୍ୱାସନା ଦେଇଥିବା ଜଣାପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/20-32.jpg)