ଭବାନିପାଟଣାରୁ ଫେରିବା ସମୟରେ କାରରେ ହୋଇଛି ମମିତାଙ୍କ ହତ୍ୟା ! ପୂର୍ବରୁ ବ୍ଲୁ-ପ୍ରିଣ୍ଟ ତିଆରି କରିଥିଲା ଗୋବିନ୍ଦ

1,120

କନକ ବ୍ୟୁରୋ : ମମିତାଙ୍କ ମୃତ୍ୟୁ କେମିତି ହେଲା ? ମମିତାଙ୍କୁ କିଏ ହତ୍ୟା କରିଛି? ଗତ ଦିନକ ପୂର୍ବରୁ ଏହିଭଳି ଅନେକ ପ୍ରଶ୍ନ ଉଠିଥିଲା । ଯାହାର ଆଜି ବଡ ଖୁଲାସା ହୋଇଛି । ପୋଲିସଆଗରେ ସତ ମାନିଛି ଗୋବିନ୍ଦ ସାହୁ । ପୋଲିସର ଜେରା ବେଳେ ମମିତାଙ୍କୁ ହତ୍ୟା କରିଥିବା ନେଇ ସ୍ୱୀକାର କରିଥିବା ସୂଚନାରୁ ଜଣା ପଡିଛି ।
ପୋଲିସ ଆଗରେ ଗୋବିନ୍ଦ ସାହୁ କହିଛି ହତ୍ୟାକାଣ୍ଡର ପୂରା ଘଟଣା । ମମିତାଙ୍କୁ ହତ୍ୟା କରିବା ପାଇଁ ପୂର୍ବରୁ ବ୍ଲୁପ୍ରିଣ୍ଟ ତିଆରି କରିଥିଲା ଗୋବିନ୍ଦ ସାହୁ । ମମିତାକୁ ମାରିବା ପୂର୍ବରୁ ୭ତାରିଖ ଦିନ ଷ୍ଟାଡିୟମରେ ଗାତ ଖୋଳିବାକୁ ଜେସିବି ଡ୍ରାଇଭରକୁ କହିଥିଲା ଗୋବିନ୍ଦ । ପରେ ମମିତାଙ୍କୁ ଫୋନ କରି ଡକାଇଥିଲା ଗୋବିନ୍ଦ । ଭବାନିପାଟଣାରୁ ଫେରିବା ସମୟରେ କାରରେ ହତ୍ୟା କରିଥିଲା । ଏହା ପରେ ପୂର୍ବରୁ ଖୋଳାଯାଇଥିବା ଗାତରେ ମମିତାଙ୍କ ମୃତ ଶରୀରକୁ ପ୍ଲାଏ କାଠ ଏବଂ ଟାୟାର ସାହାର୍ଯ୍ୟରେ ପୋଡିଦିଆଯାଇଥିଲା । ଭଲରେ ପୋଡିବା ପାଇଁ ଜଳେ ପ୍ଲାଏ ଉପରେ ଟାୟାର ରଖି ଜଳାଇ ଦେଇଥିଲା । ଏହା ପରେ ମୃତ ଶରୀର ଯେପରି ଶୀଘ୍ର ନଷ୍ଟ ହୋଇଯିବା ସେନେଇ ମଧ୍ୟ ଯଥେଷ୍ଟ ପରିମାଣରେ ଲୁଣ ଦେଇଥିଲା । ଏବଂ ଦିନକ ପରେ ଗାତକୁ ପୋତିବା ପାଇଁ ଜେସିବି ଡ୍ରାଇଭରକୁ କହିଥିଲା ଗୋବିନ୍ଦ । ଜେସିବି ଡ୍ରାଇଭରକୁ ପୋଲିସ ପଚାରା ଉଚରା ପେରେ ସେ ସତ ସ୍ୱୀକାର କରିଛି । ଆଉ କହିଛି ସେହି ଗାତରେ ମମିତାଙ୍କ ମୃତ ଶରୀର ଥିବା ଏବଂ ହତ୍ୟା ବାବଦରେ ତାକୁ କିଛିବି ଜଣା ନଥିଲା । ଗୋବିନ୍ଦ ଇସାରାରେ ଜେସିବି ଡ୍ରାଇଭର ଗାତ ଖୋଳିଥିଲା ଏବଂ ଦିନକ ପରେ ସେହି ଗାତକୁ ପୋତିଥିଲା ।
ତେବେ ଏଠାରେ ଆଉ ଏକ କଥା ମଧ୍ୟ ସନ୍ଦେହ କରାଯାଉଛି । ମମିତାଙ୍କୁ ମାରିବା ପାଇଁ ଗୋବିନ୍ଦଙ୍କ ବ୍ୟତିତ ଏକାଧିକ ଲୋକଙ୍କ ହାତ ଥିବା ସନ୍ଦେହ କରାଯାଉଛି । ଏବେ ବି ମମିତା ମୃତ୍ୟୁ ମାମଲା ନେଇ ତଦନ୍ତ ଜାରି ରହିଛି