ଆହୁରି ଗାତ ଖୋଳାଯିବ, ସବୁ ସତ ପଦାକୁ ଆସିବ । ମହାଲିଙ୍ଗ ଷ୍ଟାଡିୟମରେ ଡେରା ପକାଇଛନ୍ତି ଉତ୍ତରାଞ୍ଚଳ ଡିଆଇଜି ।

189

କନକ ବ୍ୟୁରୋ : ମମିତା ହତ୍ୟାକାଣ୍ଡକୁ ନେଇ ଜୋରସୋରରେ ଚାଲିଛି ତନାଘନା । ମହାଲିଙ୍ଗ ଷ୍ଟାଡିୟମରେ ପହଞ୍ଚିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ଓ ବଲାଙ୍ଗୀର ଏସପି । ମମିତାଙ୍କ ମୃତଦେହକୁ ଯେଉଁଠି ପୋଡାଯିବା ପରେ ପୋତା ଯାଇଥିଲା ସେଠାରେ ପହଞ୍ଚି  କରିଛନ୍ତି ଛାନଭିନ୍ । ଫରେନସିକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଗାତରୁ ବିଭିନ୍ନ ନମୁନା ସଂଗ୍ରହ କରାଯାଉଛି । ଏପରିକି ଏଠାରେ ଆଉ କିଛି ଲୁଚାଯାଇଥିବା ସନ୍ଦେହ କରୁଛି ପୋଲିସ । ଯେଉଁଥିପାଇଁ କିଛି ଲୋକଙ୍କୁ ଆହୁରି ଗାତ ଖୋଳିବାକୁ ଡକାଯାଇଛି । ତେଣୁ ଗାତ ଖୋଳିବା ପରେ ଆଉ କଣ ଏଥିରେ ଲୁଚାଯାଇଛି ତାହା ସ୍ପଷ୍ଟ ହେବ ।

ଗୋବିନ୍ଦଙ୍କୁ ଗିରଫ ପରେ ୫ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ତେଣୁ ଏହି ସମୟ ମଧ୍ୟରେ ଗୋବିନ୍ଦଙ୍କ ବିରୋଧରେ ପ୍ରମାଣ ଯୋଗାଡ କରିବାରେ ଲାଗିଛି ପୋଲିସ । ଖାସକରି ମମିତାଙ୍କର ଯେଉଁ ମୋବାଇଲ ଗାଏବ ଅଛି ତାହାକୁ ପୋଲିସ ଖୋଜୁଥିବା କୁହାଯାଉଛି । କାରଣ ଏହି ଗାତ ଭିତରୁ ମମିତାଙ୍କର ପାଉଁଜି ଓ ସୁନା ଚେନ ମିଳିଥିବା ବେଳେ ମୋବାଇଲ ଏଯାଏଁ ମିଳିପାରିନାହିଁ । ଆଉ ଏହି ମୋବାଇଲରେ ପ୍ରମାଣ ରହିଥିବା କୁହାଯାଉଛି । ଯେଉଁଥିପାଇଁ ପୋଲିସ ଫୋକସରେ ଏବେ ମୋବାଇଲ ରହିଛି । ଅନ୍ୟପଟେ ମୃତଦେହକୁ କିଭଳି ଗାତ ଖୋଳି ପୋତାଗଲା ତାହାର ପୂରା ସିନ୍ ରିକ୍ରିଏସନ କରିବାକୁ ଗୋବିନ୍ଦ ସାହୁଙ୍କ ଷ୍ଟାଡିୟମକୁ ଆଣିପାରେ ପୋଲିସ । ଆଉ ଏହାପୂର୍ବରୁ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । କୌଣସି ଗଣମାଧ୍ୟମ ପ୍ରତିନିଧି କିମ୍ବା ସ୍ଥାନୀୟ ଲୋକଙ୍କୁ ଷ୍ଟାଡିୟମ ଭିତରକୁ ଛଡାଯାଉନାହିଁ ।

ଅନ୍ୟପଟେ ଆଜି ମମିତା ହତ୍ୟାକାଣ୍ଡକୁ ନେଇ ଆସିଛି ନୂଆ ତଥ୍ୟ । ମମିତା ହତ୍ୟା ମାମଲାକୁ ନେଇ ଆସୁଛି ନୂଆ ନୂଆ ତଥ୍ୟ । ମମିତାଙ୍କ ମୃତଦେହକୁ ଖଣ୍ଡଖଣ୍ଡ କରି କଟାଯାଇଥିଲା । ପୋଡିବା ପୂର୍ବରୁ ଖଣ୍ଡଖଣ୍ଡ କରି କଟାଯାଇଥିଲା । ତଦନ୍ତ କରୁଥିବା ସାଇଣ୍ଟିଫିକ୍ ଟିମର ଜଣେ ଅଧିକାରୀଙ୍କ ସୂଚନା । ପୋଡିବା ସହଜ କରିବାକୁ ଏଭଳି ଖଣ୍ଡଖଣ୍ଡ କଟାଯାଇଥିଲା । ଗୋବିନ୍ଦ ଓ ତାଙ୍କ ସହଯୋଗୀ ଏଭଳି କରିଥିବା ପୋଲିସ ସନ୍ଦେହ କରୁଛି । ମମିତାଙ୍କ ମୃତଦେହ ପ୍ରାୟ ନଷ୍ଟ ହୋଇଯାଇଥିଲା । ତଳେ କାଠ ପ୍ଲାଏ ଉପରେ ଟାୟାର ରଖି ପୋଡାଯାଇଥିଲା ।