କନକ ବ୍ୟୁରୋ: ମମିତା ହତ୍ୟା ମାମଲାରେ ଦୁଇ ଅଟକଙ୍କୁ ଛାଡିଲା ପୋଲିସ । ଚାଳକ ପୁଷ୍କର ଭୋଇ ଓ ଗୁପ୍ତେଶ୍ୱର ତାଣ୍ଡିକୁ ଛାଡିଲା ପୋଲିସ । ପଚରା ଉଚରା ପରେ ଦୁଇ ଜଣଙ୍କୁ ପୋଲିସ ଛାଡିଦେଇଥିବା ସୂଚନା । ଏହି ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ଅନ୍ୟ ଜଣଙ୍କୁ ଗିରଫ କରିଛି ପୋଲିସ ।
ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜର ୧୦ ଦିନ ପରେ ଫିଲ୍ଡରୁ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ଆଉ ଘଟଣାରେ ଅଭିଯୁକ୍ତ ଗୋବିନ୍ଦକୁ ଗିରଫ କରାଯାଇଥିଲା । ତେବେ ଅଭିଯୁକ୍ତ ପୋଲିସ ଆଗରେ ସତ ମାନିଥିବା ନେଇ ପୋଲିସ ସୂଚନା ଦେଇଛି । ଏହାସହ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜୁଛି ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/10/37-6.jpg)